ପ୍ରଭାସଙ୍କ ସହ କାମ କରିବା ପାଇଁ ୨୦ କୋଟି ଚାର୍ଜ କରିପାରନ୍ତି ଦୀପିକା


ବଲିଉଡ ଇଣ୍ଡଷ୍ଟ୍ରିରେ ସବୁଠୁ ଅଧିକ ଦୀପିକା ପାଦୁକୋନଙ୍କ ଚର୍ଚ୍ଚା ହୋଇଥାଏ। ନିକଟରେ ସେ ପ୍ରଭାସଙ୍କ ସହ ଏକ ଫିଲ୍ମ ପାଇଁ ହାତ ମିଳାଇଥିଲେ। ଏହାର ସୂଚନା ଦେଇ ଦୀପିକା ସୋସିଆଲ୍ ମିଡିଆରେ ଏକ ଭିଡିଓ ସେୟାର କରିଥିଲେ। ସେ ନିଜ ପ୍ରଶଂସକଙ୍କୁ କହିଥିଲେ ଯେ ଆଗାମୀ ଯାତ୍ରା ଏତେ ଚମତ୍କାର ହେବ ଯେ ସେ ଏହାର ଆରମ୍ଭ ହେବାକୁ ଅପେକ୍ଷା କରିଛନ୍ତି। ଏବେ ଶୁଣିବାକୁ ମିଳୁଛି ଯେ ‘ପଦ୍ମାବତ’ ଅଭିନେତ୍ରୀ ଦୀପିକା ପାଦୁକୋନ ଏହି ପ୍ରୋଜେକ୍ଟ ପାଇଁ ୨୦କୋଟି ଟଙ୍କା ଚାର୍ଜ କରିଛନ୍ତି। ଦୀପିକା ପାଦୁକୋନ ସମାନତାରେ ବିଶ୍ୱାସ ରଖନ୍ତି। ପ୍ରଭାସଙ୍କୁ ୨୦କୋଟି ଟଙ୍କା ଦିଆଯାଉଥିବାବେଳେ ଦୀପିକାଙ୍କୁ ୨୦କୋଟି ଟଙ୍କା ଦେବାକୁ ସ୍ଥିର କରାଯାଇଛି। ଦୀପିକା ପାଦୁକୋନ ଏବଂ ‘ବାହୁବଳୀ’ ଫେମ୍ ସୁପରଷ୍ଟାର ପ୍ରଭାସ ଏକାଠି ଧମାଲ କରିବାକୁ ପ୍ରସ୍ତୁତ ଅଛନ୍ତି।

ବିଜୟନ୍ତୀ ମୁଭିଜ ପ୍ରଶଂସକଙ୍କୁ ଏକ ସରପ୍ରାଇଜ ଦେବାକୁ ପ୍ରସ୍ତୁତ ରହିବା ପାଇଁ କହିଛନ୍ତି। ନିର୍ଦେଶକ ନାଗ ଅଶ୍ୱିନ ଦୀପିକାଙ୍କ ସହ କାମ କରିବାକୁ ନେଇ କହିଛନ୍ତି,‘ଦେ ଦୀପିକାଙ୍କୁ ଏହି ଭୂମିକାରେ ଅଭିନୟ କରିବାପାଇଁ ଦେଖିବାକୁ ବହୁତ ଉତ୍ସାହିତ ଅଛନ୍ତି। ଏପରି କିଛି ହେବ ଯାହା କୌଣସି ଅଭିନେତ୍ରୀ ଆଗରୁ କେବେ କରିନଥିବେ। ତାଙ୍କ ଭୂମିକା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଦୀପିକା ଏବଂ ପ୍ରଭାସଙ୍କ ଯୋଡ଼ି ସମସ୍ତଙ୍କୁ ଖୁବ୍ ପସନ୍ଦ ଆସିବ ଏବଂ ଏହି ଫିଲ୍ମ ଦୁଇଜଣଙ୍କ ହିଁ କାହାଣୀ। ’


Share It

Comments are closed.