ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ନିଜର ବାର୍ଷିକ ରିପୋର୍ଟ କାର୍ଡ ଦେଲେ ସାଂସଦ ଅପରାଜିତା ଷଡଙ୍ଗୀ


ନୂଆଦିଲ୍ଲୀଠାରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ସାକ୍ଷାତ କରି ବାର୍ଷିକ ରିପୋର୍ଟ କାର୍ଡ ପ୍ରଦାନ କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଏହି ଅବସରରେ ଭୁବନେଶ୍ୱର ଲୋକସଭା କ୍ଷେତ୍ର ଏବଂ ଓଡିଶା ରାଜ୍ୟ ରାଜନୀତିର ବିଭିନ୍ନ ବିଷୟ ସମ୍ବନ୍ଧରେ ସାଧାରଣ ଆଲୋଚନା ହୋଇଥିଲା ।

ଆଗାମୀ ଦିନରେ ପ୍ରତ୍ୟେକ ବର୍ଷ ବାର୍ଷିକ ରିପୋର୍ଟ କାର୍ଡ ପ୍ରସ୍ତୁତ କରାଯିବ ବୋଲି ସାଂସଦ କହିବା ସହ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଆଶୀର୍ବାଦ ଏବଂ ମାର୍ଗଦର୍ଶନ କାମନା କରିଥିଲେ ।


Share It

Comments are closed.