ମୁଖ୍ୟମନ୍ତ୍ରୀଙ୍କ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ଆହ୍ୱାନକୁ ସ୍ୱାଗତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, ମଇ ୨୮ – କୋଭିଡ୍ ଯୋଦ୍ଧାଙ୍କ ସମ୍ମାନରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକୁ ସ୍ୱାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବୈଶ୍ୱିକ ମହାମାରୀ କରୋନା ଲଢ଼େଇରେ ପ୍ରଥମ ଧାଡିର ଯୋଦ୍ଧାମାନଙ୍କୁ ସମ୍ମାନିତ ଓ ଉତ୍ସାହିତ କରିବା ଦେଶ ପ୍ରେମର ନିବେଦନ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ।
ବନ୍ଦେ ଉତ୍କଳ ଜନନୀ ସାଢ଼େ ୪ କୋଟି ଓଡ଼ିଆଙ୍କ ହୃଦୟର ସ୍ପନ୍ଦନ ଓ ଭାବନା ସହ ଜଡ଼ିତ । ମାଟି ମାଆକୁ ଉତ୍ସର୍ଗ ହୋଇଥିବା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଏହି ପ୍ରେରଣାଦାୟୀ ବନ୍ଦେ ଉତ୍କଳ ଜନନୀକୁ ଗାନ କରିବା ପାଇଁ ଶ୍ରୀ ପ୍ରଧାନ ଓଡ଼ିଶାବାସୀ ଓ ଦଳର ସମସ୍ତ କାର‌୍ୟ୍ୟକର୍ତ୍ତା ମାନଙ୍କୁ ଟ୍ୱିଟ୍ ମାଧ୍ୟମରେ ଅନୁରୋଧ କରୁଛନ୍ତି ।


Share It

Comments are closed.