କଥାରେ କଥାରେ ଚୀନକୁ ନେଇ ମୋଦିଙ୍କ ମୁଡ ଖରାପ ଥିବାର କହିଦେଲେ ଟ୍ରମ୍ପ


ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସେହି ଉକ୍ତିକୁ ଭାରତ ଭୁଲ ବୋଲି କହିଛି ଯେଉଁଥିରେ ଟ୍ରମ୍ପ କହିଥିଲେ ଯେ, “‘ଭାରତ-ଚୀନ’ ମଧ୍ୟରେ ଘନଉଥିବା ବିବାଦକୁ ନେଇ ମୋଦି ଖୁବ ଚିନ୍ତିତ ଅଛନ୍ତି କାରଣ ତାଙ୍କ ସହ କଥାବାର୍ତ୍ତା ଦ୍ୱାରା ଏହା ଜଣାପଡିଥିଲା ।”
ତେବେ ଏହାକୁ ନେଇ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ଯେ, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଟ୍ରମ୍ପଙ୍କ ମଧ୍ୟରେ ନିକଟରେ କୌଣସି କଥାବାର୍ତ୍ତା ହୋଇ ନାହିଁ । ଉଭୟଙ୍କ ମଧ୍ୟରେ ଶେଷ ଥରକ ପାଇଁ କଥାବାର୍ତ୍ତା ୪ ଏପ୍ରିଲ ୨୦୨୦ରେ ହାଇଡ୍ରୋକ୍ଲୋରକୁଇନ ବିପକ୍ଷ ସଂପର୍କରେ ହୋଇଥିଲା ।” ବିଦେଶ ମନ୍ତ୍ରଣାଳୟ ଏହା ମଧ୍ୟ ସ୍ପଷ୍ଟ କରିଥିଲା ଯେ, “ସେ ସିଧାସଳଖ ଭାବେ ଚୀନ ସହ କୂଟନୀତିକ ଏବଂ ସ୍ଥାପିତ ତନ୍ତ୍ର ଭାବେ ଯୋଗାଯୋଗରେ ଅଛନ୍ତି । ”
ପ୍ରକାଶ ଥାଉକି, ହ୍ୱାଇଟ ହାଉସରେ ସାମ୍ବାଦିକ ମାନଙ୍କ ସହ କଥାବାର୍ତ୍ତା ସମୟରେ ଟ୍ରମ୍ପ କହିଥିଲେ ଯେ, ଭାରତ-ଚୀନ ମଧ୍ୟରେ ଏକ ବଡ ବିବାଦ ଲାଗି ରହିଛି । ସେ କହିଥିଲେ ଯେ, “ଭାରତରେ ମୋତେ ବହୁତ ପସନ୍ଦ କରନ୍ତି । ଏହି ଦେଶରେ ମିଡିଆ ମୋତେ ଯେତେ ପସନ୍ଦ କରନ୍ତି ତା’ଠାରୁ ଅଧିକ ପସନ୍ଦ ମୋତେ ଭାରତରେ କରାଯାଏ ଏବଂ ମୁଁ ମୋଦିଙ୍କୁ ବହୁତ ପସନ୍ଦ କରେ । ମୁଁ ଆପଣଙ୍କ ପ୍ରଧାନମନ୍ତ୍ରୀଙ୍କୁ ପସନ୍ଦ କରେ । ସେ ଜଣେ ଅତି ଭଦ୍ର ବ୍ୟକ୍ତି ଅଟନ୍ତି ।”
ଭାରତ-ଚୀନ ମଧ୍ୟରେ ଘନେଇ ଥିବା ବିବାଦକୁ ନେଇ ଟ୍ରମ୍ଫଙ୍କୁ ଯେତେବେଳେ ପ୍ରଶ୍ନ କରାଯାଇଥିଲା ଏହାର ଉତ୍ତର ରଖି ସେ କହିଥିଲେ ଯେ,. “ଭାରତ-ଚୀନ ମଧ୍ୟରେ ବଡ ମତଭେଦ ସୃଷ୍ଟି ହୋଇଛି । ଭଭୟ ଦେଶ ଏବଂ ପ୍ରତ୍ୟେକଙ୍କ ଜନସଂଖ୍ୟା ୧.୪ ଆରବ । ଦୁଇଟି ଦେଶ ଯାହାଙ୍କ ପାଖରେ ଖୁବ ଶକ୍ତିଶାଳୀ ସେନା ଅଛନ୍ତି । ଭାରତ ଖୁସି ନାହିଁ ସମ୍ଭବତଃ: ଚୀନ ଖୁସି ନଥିବ ।”
ଟ୍ରମ୍ଫ ଆହୁରୀ କହିଛନ୍ତି ଯେ, “ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହୋଇଥିଲି । ଚୀନ ସହ ଯାହା ଚାଲିଛି ତାହାକୁ ନେଇ ସେ ଖୁସି ନାହାନ୍ତି । ” ପ୍ରକାଶ ଥାଉକି, ଟ୍ରମ୍ପ ବୁଧବାର ଦିନ ଟ୍ୱିଟ କରିଥିଲେ ଯେ, ସେ ଭାରତ ଏବଂ ଚୀନ ମଧ୍ୟରେ ମଧ୍ୟସ୍ଥ କରିବା ପାଇଁ ଇଚ୍ଛୁକ, ସକ୍ଷମ ଏବଂ ପ୍ରସ୍ତୁତ ଅଛନ୍ତି ।


Share It

Comments are closed.