ଦିଲ୍ଲୀରେ ବାୟୁ ପ୍ରଦ୍ୟୁଷଣ ଦ୍ୱାରା ୧୦ବର୍ଷ କମ୍ ହେଉଛି ଜୀବନ


ଚିକାଗୋ ୟୁନିଭର୍ସିଟିର ଉର୍ଜା ନୀତି ସଂସ୍ଥାନ(ଏପିଇସି) ଦ୍ୱାରା ଜାରୀ କରାଯାଇଥିବା ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ବିଶ୍ୱର ସବୁଠାରୁ ପ୍ରଦ୍ୟୁଷିତ ସହର । ଯେଉଁଠାରେ ବାୟୁ ପ୍ରଦ୍ୟୁଷଣ ଲାଗି ପାଖାପାଖି ୧୦ବର୍ଷ କମ୍ ହେଉଛି ଜୀବନ । ଯାହାକି ଲକ୍ଷ୍ନୌରେ ୯.୫ବର୍ଷ ଜୀବନ କମ୍ ହେଉଛି । ଏଠାରେ ଏକ ପ୍ରଦ୍ୟୁଷଣ ସୂଚକାଙ୍କ ଅଛି ଯାହା ବାୟୁ ପ୍ରଦ୍ୟୁଷଣର ଜୀବନ ଉପରେ ପଡ଼ୁଥିବା ପ୍ରଭାବ ବିଷୟରେ କହିଥାଏ ।

ରିପୋର୍ଟରେ ଭାରତରେ ସିଂଧୁ-ଗଙ୍ଗାର ସ୍ଥଳ ଦେଖିଲେ ବିଶ୍ୱର ସବୁଠାରୁ ପ୍ରଦ୍ୟୁଷିତ ଅଞ୍ଚଳ ବୋଲି କୁହାଯାଇଛି । ରିପୋର୍ଟ ଅନୁସାରେ, ଯଦି ବର୍ତ୍ତମାନ ପ୍ରଦ୍ୟୁଷଣର ସ୍ତର ଏଭଳି ରୁହେ ତେବେ ପଞ୍ଜାବରୁ ନେଇ ପଶ୍ଚିମବଙ୍ଗାଲ ପର୍ଯ୍ୟନ୍ତ ୫୦କୋଟିରୁ ଅଧିକ ଲୋକଙ୍କ ଜୀବନ ପାଖାପାଖି ୭.୬ବର୍ଷ କମ୍ ହୋଇପାରେ । ଧୂମ୍ରପାନ ଯେଉଁଥିରେ ଜୀବନ ୧.୫ବର୍ଷ କମ୍ ହୋଇଥାଏ ଏବଂ ଖରାପ ଖାଦ୍ୟ ଦ୍ୱାରା ୧.୮ବର୍ଷ ବୟସ କମ୍ ହୋଇଥାଏ। ଯାହାର ତୁଳନାରେ ବାୟୁ ପ୍ରଦ୍ୟୁଷଣ ଅଧିକ ଘାତକ ଅଟେ।


Share It

Comments are closed.