ଭୂମିକମ୍ପରେ ଥରିଲା ଜମ୍ମୁ-କଶ୍ମୀର, ୫.୧ ଥିଲା ତୀବ୍ରତା


ଜମ୍ମୁ କଶ୍ମୀରରେ ମଙ୍ଗଳବାର ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଏହାର ତୀବ୍ରତା ୫.୧ ଥିବା ମପାଯାଇଛି । ଏହା ୧ଟା ୫ମିନିଟରେ ହୋଇଛି । ମିଳିଥିବା ସୂଚନା ମୁତାବକ, ଭୂକମ୍ପର କେନ୍ଦ୍ର ଆଫଗାନିସ୍ତାନ- ତାଜିକସ୍ତାନରେ ଥିଲା । ଆଶ୍ୱସ୍ତର ଖବର ଏହାକି ଯେ ଏଥିରେ କାହାର କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି ।
ଭୂକମ୍ପ ବିଜ୍ଞାନ ଲାଗି ହୋଇଥିବା ରାଷ୍ଟ୍ରୀୟ କେନ୍ଦ୍ର ବି ଏହା ଉପରେ ଟ୍ୱିଟ କରିଛି । କୁହାଯାଉଛି କି ଭୂକମ୍ପର କେନ୍ଦ୍ର ଆଫଗାନିସ୍ତାନ- ତାଜିକସ୍ତାନରେ ଥିଲା । କିନ୍ତୁ ପରେ ଜଣାପଡ଼ିଥିଲା କି ଏହାର ଝଟକା ଜମ୍ମୁ କଶ୍ମୀର ପର୍ଯ୍ୟନ୍ତ ଅନୁଭବ ହୋଇଛି ।


Share It

Comments are closed.