ୱେଷ୍ଟଇଣ୍ଡିଜ ଏବଂ ଇଂଲଣ୍ଡ ମ୍ୟାଚରେ ପୁଣି ଥରେ ଦେଖିବାକୁ ମିଳିଲା “ଗେଲ ଝଡ”


ୱେଷ୍ଟଇଣ୍ଡିଜ ଏବଂ ଇଂଲଣ୍ଡ ମଧ୍ୟରେ ୫ଟି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଚାଲିଛି । ବୁଧବାର ଦିନ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ୪ର୍ଥ ଦିନିକିଆରେ ୱେଷ୍ଟଇଣ୍ଡିଜର ତଥା ଦୁନିଆର ବିସ୍ପୋଟକ ବ୍ୟାଟ୍ସମ୍ୟାନ କ୍ରିସ ଗେଲ ଏକ ବିରଳ ରେକର୍ଡ କରିଛନ୍ତି । ଗେଲ ଚତୁର୍ଥ ଦିନିକିଆରେ ଏକ ବିସ୍ପୋଟକ ପାଳି ଖେଳିଥିଲେ, ଯେଉଁଥିରେକି ସେ ୯୭ଟି ବଲ ଖେଳି ୧୬୨ ରନ ସଂଗ୍ରହ କରିଥିଲେ ।
ଗେଲ ତାଙ୍କର ଏହି ପାଳିରେ ୧୪ ଟି ଛକା ମାରିବା ସହ ଦିନିକିଆ କ୍ରିକେଟର ୩୦୦ ଉଦ୍ଧ୍ୱର୍ ଛକା ମାରିବାର ରେକର୍ଡ ହାସଲ କରିଛନ୍ତି । ଏହା ସହ ସେ ଆନ୍ତର୍ଜାତିକ କ୍ରିକେଟରେ ୫୦୦ ଉଦ୍ଧ୍ୱର୍ ଛକା ମାରି ଦୁନିଆର ପ୍ରଥମ ଶ୍ରେଷ୍ଠ ଖେଳାଳୀ ହୋଇଯାଇଛନ୍ତି ।
ପ୍ରକାଶ ଥାଉକି ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଙ୍ଗ କରି ୱେଷ୍ଟଇଣ୍ଡିଜକୁ ୪୧୮ର ଟାର୍ଟେଟ ଦେଇଥିଲା । କିନ୍ତୁ ଗେଲଙ୍କ ଏହି ବିସ୍ପୋଟକ ପାଳି ସତ୍ତେ୍ୱ ମଧ୍ୟ ୱେଷ୍ଟଇଣ୍ଡିଜକୁ ପରାଜୟର ଦ୍ୱାରା ଦେଖିବାକୁ ପଡିଥିଲା । ୱେଷ୍ଟଇଣ୍ଡିଜ, ଇଂଲଣ୍ଡ ଦେଇଥିବା ୪୧୮ ରନ ପିଛା କରି ୩୮୯ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା ।
ଗତ କାଲିର ବିସ୍ପୋଟକ ପାଳି ପରେ କ୍ରିସ ଗେଲଙ୍କ ଖାତାରେ ବର୍ତ୍ତମାନ ସର୍ବାଧିକ ୫୦୬ଟି ଛକା ମାରିବାର ରେକର୍ଡ ରହିଛି । ତାଙ୍କ ପରେ ସାହିଦ ଆଫ୍ରିଦ ରହିଛନ୍ତି, ଯିଏକି ଆନ୍ତର୍ଜାତିକ ମ୍ୟାଚରେ ୪୭୬ଟି ଛକା ମାରିବାର ରେକର୍ଡ ରହିଛି । ତେବେ ଭାରତ ପକ୍ଷରୁ ସର୍ବାଧିକ ଛକା ମାରିବାର ରେକର୍ଡ ମହେନ୍ଦ୍ର ସିଂହ ଧୋନିଙ୍କ ନାମରେ ରହିଛି, ଯିଏକି ୩୫୨ଟି ଛକା ମାରିଛନ୍ତି ।


Share It

Comments are closed.