ଶୀଘ୍ର ଓଜନ ହ୍ରାସ ଏବଂ ଉଜ୍ଜ୍ୱଳ ତ୍ୱଚା ପାଇଁ ଟ୍ରାଏ କରନ୍ତୁ ଏହି ସ୍ବାଦିଷ୍ଟ ଚିଆ ସିଡ ଡ୍ରିଙ୍କ ଏବଂ ପୁଡିଙ୍ଗ


ଚିଆ ମଞ୍ଜିରେ ଫାଇବର, ପ୍ରୋଟିନ୍, ଓମେଗା-୩ ଫ୍ୟାଟି ଏସିଡ୍, ଆଣ୍ଟିଅକ୍ସିଡାଣ୍ଟ, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଜିଙ୍କ୍, ଭିଟାମିନ୍ ସି, ଭିଟାମିନ୍ ଇ, ଭିଟାମିନ୍ ବି ଆଦି ପୋଷକ ତତ୍ତ୍ୱ ରହିଛି। ଚିଆ ମଞ୍ଜିରେ ଫାଇବରର ମାତ୍ରା ଅଧିକ ଥିବାରୁ ପାଚନ କ୍ରିୟାରେ ସହାୟକ ହେବା ସହ କୋଷ୍ଠକାଠିନ୍ୟରୁ ରକ୍ଷା ମିଳିଥାଏ। ଯେଉଁମାନେ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ମଧ୍ୟ ମଞ୍ଜିରେ ଥିବା ଫାଇବର ଏକ ବରଦାନ ଅଟେ । ଚିଆ ମଞ୍ଜିରେ ଥିବା ଆଣ୍ଟିଅକ୍ସିଡାଣ୍ଟ କର୍କଟ ରୋଗକୁ ରୋକିଥାଏ, ରକ୍ତରେ ଶର୍କରା ସ୍ତରକୁ ବଜାୟ ରଖେ ଏବଂ ହୃଦ୍ ରୋଗରେ ଉନ୍ନତି ଆଣିଥାଏ ।

ଓଜନ କମାଇବା ପାଇଁ ଆପଣ ଏକ ସହଜ ଚିଆ ମଞ୍ଜି ପାନୀୟ ବ୍ୟବହାର କରିପାରିବେ – ଏକ ଗ୍ଲାସ ଉଷୁମ ପାଣି ନେଇ ସେଥିରେ ଅଧା ଲେମ୍ବୁ ପକାଇ ଦିଅନ୍ତୁ । ଏଥିରେ ଏକ ଚାମଚ ଚିଆ ମଞ୍ଜି ମିଶାନ୍ତୁ। ଏହାକୁ ଭଲ ଭାବେ ଗୋଳାଇ ସେଥିରେ ଏକ ଚାମଚ ମହୁ ମିଶାନ୍ତୁ। ସକାଳେ ଖାଲି ପେଟରେ, ଖାଇବାର ଅଧଘଣ୍ଟା ପୂର୍ବରୁ ଏହାକୁ ପିଅନ୍ତୁ। ଦୁଇ ସପ୍ତାହ ପର୍ଯ୍ୟନ୍ତ ଏପରି କରିବା ଦ୍ୱାରା ସଠିକ୍ ବ୍ୟାୟାମ ଏବଂ ଡାଏଟ୍ ସହିତ ମିଶି ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏଠାରେ ଏକ ଚିଆ ମଞ୍ଜି ପୁଡିଂର ରେସିପି ଅଛି ଯାହା ଅତ୍ୟନ୍ତ ପୁଷ୍ଟିକର ଏବଂ ସ୍ୱାଦିଷ୍ଟ ମଧ୍ୟ ଅଟେ |

ସାମଗ୍ରୀ
୩ ଚାମଚ ଚିଆ ମଞ୍ଜି
୧ ଗ୍ଲାସ ସ୍କିମ କ୍ଷୀର
୧ ଚାମଚ ମହୁ
ଆପଣଙ୍କ ପସନ୍ଦର ଋତୁକାଳୀନ ଫଳ
ଏକ ମୁଠା ଖଣ୍ଡ ବାଦାମ

ପ୍ରସ୍ତୁତି
୩ ଚାମଚ ଚିଆ ମଞ୍ଜି, ୧ ଗ୍ଲାସ ସ୍କିମ୍ଡ କ୍ଷୀର ଓ ଏକ ଚାମଚ ମହୁ ମିଶାନ୍ତୁ
ଏହାକୁ ରାତିସାରା ଫ୍ରିଜ୍ ରେ ରଖନ୍ତୁ
ସକାଳେ ଏହି ମିଶ୍ରଣର ଏକ ଦୃଢ଼ ଗଠନ ରହିବ
ତା’ପରେ ଏଥିରେ ନିଜ ପସନ୍ଦର ଋତୁକାଳୀନ ଫଳ ମିଶାନ୍ତୁ
ବାଦାମରେ ସଜାଇ ଉପଭୋଗ କରନ୍ତୁ


Share It

Comments are closed.