ହଲ ଭିତରେ ବାଣ ଫୁଟେଇଲେ ସଲମାନଙ୍କ ‘ଜବରା ଫ୍ୟାନ’, ନିଜକୁ ଓ ଅନ୍ୟଙ୍କୁ ବିପଦରେ ନପକାଇ ଫିଲ୍ମ ଦେଖିବା ପାଇଁ ନିବେଦନ କଲେ ଭାଇଜାନ


ବଲିଉଡ଼ ଭାଇଜାନ୍‌ ସଲମାନ ଖାନଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଟାଇଗର ୩’ ରବିବାର ଦୀପାବଳି ଅବସରରେ ମୁକ୍ତିଲାଭ କରିଛି। ଏହା ସ୍ପାଇ ଥ୍ରୀଲର ଟାଇଗର ସିରିଜ୍‌ର ତୃତୀୟ ଏବଂ ୱାଇଆରଏଫ ସ୍ପାଇ ୟୁନିଭର୍ସର ପଞ୍ଚମ ଚଳଚ୍ଚିତ୍ର। ଫିଲ୍ମ ମୁକ୍ତିଲାଭ ହେବା କ୍ଷଣି ଦୀପାବଳି ଦିନ ହଇଚଇ ସୃଷ୍ଟି କରିଛି।

ଚଳଚ୍ଚିତ୍ରକୁ ନେଇ ପ୍ରଶଂସକଙ୍କ ବେଶ୍‌ ଭଲ ପ୍ରତିକ୍ରିୟା ମିଳିଛି। ଇତି ଧ୍ୟରେ ଫିଲ୍ମକୁ ନେଇ ଏକ ଆଶ୍ଚର୍ଯ୍ୟକର ଖବର ସାମ୍ନାକୁ ଆସିଛି। ମାଲେଗାଓଁରେ କିଛି ପ୍ରଶଂସକ ହଲ୍ ଭିତରେ ହିଁ ବାଣ ଫୁଟାଇଥିବା ଦେଖାଯାଇଛି। ସାମାଜିକ ଗଣମାଧ୍ୟମରେ ଚଳଚ୍ଚିତ୍ର ସହ ଜଡ଼ିତ ଏକ ଭିଡିଓ ବେଶ୍‌ ଭାଇରାଲ୍‌ ହୋଇଛି, ଯେଉଁଥିରେ ସଲମାନଙ୍କ ପ୍ରଶଂସକମାନେ ସିନେମାହଲରେ ବାଣ ଫୁଟାଉଥିବା ଦେଖିବାକୁ ମିଳିଛି। ଏହାପରେ ହଲ୍‌ରେ ଥିବା ଲୋକମାନେ ଇତଃସ୍ତତ ହୋଇ ଦୌଡ଼ୁଛନ୍ତି।

ଏବେ ଏହାକୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ସଲମାନ ଖାନ। ସଲମାନ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି, ‘ଟାଇଗର ୩’ ସମୟରେ ସିନେମାହଲ୍‌ ଭିତରେ ଆତଶବାଜି ବିଷୟରେ ମୁଁ ଶୁଣିବାକୁ ପାଇଲି। ଏହା ଅତ୍ୟନ୍ତ ବିପଜ୍ଜନକ। ନିଜକୁ ଓ ଅନ୍ୟମାନଙ୍କୁ ବିପଦରେ ନପକାଇ ଫିଲ୍ମର ମଜା ନିଅନ୍ତୁ ଓ ସୁରକ୍ଷିତ ରୁହନ୍ତୁ।


Share It

Comments are closed.