ପୁଣି କ୍ୱାରେଣ୍ଟାଇନରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ


ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ନିଜକୁ କ୍ୱାରେଣ୍ଟାଇନ୍ କରିଛନ୍ତି । ସେ ଜଣେ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିବା ପରେ ପୃଥକବାସରେ ରହିଛନ୍ତି । ଏନେଇ ଡାଉନିଂ ଷ୍ଟ୍ରିଟର ଜଣେ ମୁଖପାତ୍ର ସୂଚନା ଦେଇଛନ୍ତି ।

ମୁଖପାତ୍ରଙ୍କ ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ଏବେ ପୃଥକବାସରେ ରହି ସମସ୍ତ ଦାୟିତ୍ୱ ତୁଲାଇବେ । କରୋନା ମହାମାରୀକୁ ନଜରରେ ରଖି ସେ ଏହି ନିଷ୍ପତ୍ତି ନେଇଛନ୍ତି । ଏବେ ପ୍ରଧାନମନ୍ତ୍ରୀ ସୁସ୍ଥ ଅଛନ୍ତି । ତାଙ୍କଠାରେ କୌଣସି ଲକ୍ଷଣ ଦେଖିବାକୁ ମିଳିନାହିଁ ।

ତେବେ ବୋରିସ ଜନସନ୍ ଶୁକ୍ରବାର ଡାଉନିଂ ଷ୍ଟ୍ରିଟରେ କିଛି ସାଂସଦଙ୍କୁ ଭେଟିଥିଲେ । ସାଂସଦଙ୍କ ମଧ୍ୟରୁ ଲି ଆଣ୍ଡରସନ୍ ପରେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣା ପଡିଥିଲା । ତେଣୁ ଜନସନ୍ ନିଜକୁ କ୍ୱାରେଣ୍ଟାଇନ କରିଛନ୍ତି ।

ସୂଚନାଯୋଗ୍ୟ, ଏହାପୂର୍ବରୁ ବୋରିସ ଜନସନ୍ କରୋନାରୁ ଆରୋଗ୍ୟ ଲାଭ କରିଥିଲେ । ସେ ଗତ ମାର୍ଚ୍ଚରେ ସଂକ୍ରମିତ ହେବା ସହ ଆଇସିୟୁରେ ମଧ୍ୟ ୩ ଦିନ ରହିଥିଲେ ।


Share It

Comments are closed.