ବ୍ଲାକ୍ ଫଙ୍ଗସକୁ ମହାମାରୀ ଘୋଷିତ କଲେ ରାଜସ୍ଥାନ ସରକାର


ବ୍ଲାକ ଫଙ୍ଗସକୁ ରାଜସ୍ଥାନରେ ମହାମାରୀ ଘୋଷଣା କରାଯାଇଛି। ଏହା ଘୋଷଣା କରି ଗେହଲୋଟ୍ ସରକାର କହିଛନ୍ତି ଯେ ବ୍ଲାକ ଫଙ୍ଗସ୍ ଭୟଙ୍କର ରୂପ ନେଉଛି ଏବଂ ଏହା ଅନେକ ରାଜ୍ୟରେ ଦ୍ରୁତ ଗତିରେ ବ୍ୟାପୁଛି, ତେଣୁ ଏହାକୁ ଅଧିକ ଧ୍ୟାନ ଦେବା ଆବଶ୍ୟକ। ପ୍ରକାଶଥାଉ ଯେ ମ୍ୟୁକୋରାମାଇକୋସିସ୍ ବା ବ୍ଲାକ ଫଙ୍ଗସ୍ ଏକ ବିରଳ ଫଙ୍ଗଲ୍ ସଂକ୍ରମଣ ଅଟେ | କିନ୍ତୁ ଏହା ଏକ ଗମ୍ଭୀର ସଂକ୍ରମଣ, ଯାହା ଏକ ଗୋଷ୍ଠୀ ବା କବକ ଦ୍ବାରା ହୋଇଥାଏ। ଏହା ସାଇନସ୍ କିମ୍ବା ଫୁସଫୁସକୁ ପ୍ରଭାବିତ କରେ |

ଦିଲ୍ଲୀ, ରାଜସ୍ଥାନ, ଗୁଜୁରାଟ, କର୍ଣ୍ଣାଟକରେ ବ୍ଲାକ୍‌ ଫଙ୍ଗସ ସଂକ୍ରମିତଙ୍କ ସଂଖ୍ୟା ଲାଗାତାର ବୃଦ୍ଧି ପାଉଛି। ରାଜସ୍ଥାନ ମହାମାରୀ ଅଧିନିୟମ ୨୦୨୦ ଧାରା ୩ର ସହପାଠିତ ଧାରା ୪ରେ ମ୍ୟୁକରମାକୋସିସ (ବ୍ଲାକ ଫଙ୍ଗସ୍‌)କୁ ସମ୍ପୂର୍ଣ୍ଣ ରାଜ୍ୟରେ ମହାମାରୀ ସରକାର ଘୋଷଣା କରିଛନ୍ତି। ରାଜସ୍ଥାନ ସମେତ ବିଭିନ୍ନ ରାଜ୍ୟରେ କରୋନାରୁ ସୁସ୍ଥ ହେବା ପରେ ଲୋକେ ବ୍ଲାକ ଫଙ୍ଗସ୍‌ରେ ଶିକାର ହେବାକୁ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଚିନ୍ତା ପ୍ରକଟ କରିଛନ୍ତି।

କରୋନାରୁ ସୁସ୍ଥ ହେବା ପରେ ବିଶେଷ କରି ମଧୁମେହ ରୋଗୀଙ୍କୁ ବ୍ଲାକ୍‌ ଫଙ୍ଗସ୍‌ ପ୍ରଭାବିତ କରୁଥିବା ବିଶେଷଜ୍ଞମାନେ ଦାବି କରିଛନ୍ତି। ରାଜସ୍ଥାନରେ ୧୦୦ ରୋଗୀ ବ୍ଲାକ ଫଙ୍ଗସରେ ଶିକାର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା କରିବାକୁ ଜୟପୁରର ମାନସିଂହ ହସ୍ପିଟାଲରେ ଭିନ୍ନ ଓ୍ବାର୍ଡ କରାଯାଇଛି । ତେବେ ବ୍ଲାକ୍‌ ଫଙ୍ଗସ ଏବେ ଦିଲ୍ଲୀରେ ଆତଙ୍କ ଖେଳାଇଛି। ଦିଲ୍ଲୀରେ ବିଭିନ୍ନ ହସ୍ପିଟାଲରେ ୪୦ ଉର୍ଦ୍ଧ୍ବ ରୋଗୀ ଭର୍ତ୍ତି ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି।


Share It

Comments are closed.