୧୪ ନମ୍ବର ୱାର୍ଡରେ ବିଜେଡିର ଜନସଂପର୍କ ପଦଯାତ୍ରା


ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଜନସଂପର୍କ ପଦଯାତ୍ରା ଆଜି ବାରବାଟି କଟକର ୧୪ ନମ୍ବର ୱାର୍ଡ କର୍ପୋରେଟର ଶ୍ରୀ ବସନ୍ତ ବେହେରା ଏବଂ ସଭାପତି ଶିବ ଶଙ୍କର ସିଂହଙ୍କ ନେତୃତ୍ୱରେ ଆରମ୍ଭ ହୋଇଯାଇଛି । ଏହି ପଦଯାତ୍ରା ୱାର୍ଡର ଉର୍ଦୁ ଟ୍ରେନିଙ୍କ ସ୍କୁଲରୁ ଆରମ୍ଭ ହୋଇ ଖଟବିନ ସାହି ଫାଣ୍ଡି ଛକ ଠାରେ ସମାପ୍ତ ହୋଇଥିଲା ।
ନଗର ବିଜେଡି ସଭାପତି ଶ୍ରୀ ମଧୁସୂଦନ ସାହୁ ଏବଂ ମେୟର ଶ୍ରୀ ସୁବାଷ ସିଂହଙ୍କ ଦ୍ୱାରା ୧୪ ନମ୍ବର ୱାର୍ଡରେ ଆଜିର ଏହି ପଦଯାତ୍ରାର ଶୁଭାରମ୍ଭ ହୋଇଛି । କଟକ ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ତଥା ପୂର୍ବତ୍ତନ ମେୟର ଶ୍ରୀମତୀ ଅନିତା ବେହେରା, ନଗର ମହିଳା ସଭାନେତ୍ରୀ ଶ୍ରୀମତୀ ପୂର୍ଣ୍ଣମା ସିଂହ, କଟକ ବାରବାଟୀ ମହିଳା ସଭାନେତ୍ରୀ ସିମରନ ଜରିନ, ଜିଲ୍ଲା ମହିଳା ଜନତା ଦଳ ସାଧାରଣ ସଂପାଦିତ ଅର୍ପିତା ଦାସ, କର୍ପୋରେଟର ଦୀପାଞ୍ଜଳି ସିଂହ, କେ.ଜେ ଆପ୍ରିନ, ଆରତୀ ସାହୁ, ବିଶିଷ୍ଟ ସମାଜସେବୀ ଶ୍ରୀ କୁମାର ରାୟ , ରାଜ୍ୟ ମହିଳା ସାଧାରଣ ସଂପାଦିକ ତନ୍ମୟା ରାୟ, କଟକ ମହା ନଗର ଯୁବ ବିଜେଡି ସଭାପତି ସୌମ୍ୟଦୀପ ଘୋଷ, ବିଜେଡି ବରିଷ୍ଠ ନେତା ଡଃ. ମହମ୍ମଦ ଆୟୁବ, ମେହେରାଜ, ଭାନୁ ପ୍ରତାପ, ଲିଙ୍ଗରାଜ ବାରିକ, ସତ୍ୟନାରାଣ ବେହେରା ରାଜା ରାଓ, ବେଗ ମ୍ୟାଡମ, ନିତୁଶ୍ରୀ ଜେନା, ରିତା ଜେନା, ଆନିଷା ଅଲ୍ଲୀ, ଅବଦୁଲ ଅବରାର, ବାହାରୁଦ୍ଦିନ, ରମିଜ ଅଲ୍ଲୀ, ଫାଜିଲ ଖାନ, ମହମ୍ମଦ କାମିଲ, ଜ୍ୟୋତି ବାରିକ, ବାବୁ ଖାନ, ସାଦବ ଅଲ୍ଲୀ, ମହମ୍ମଦ ଜାବେଦ ଆଶୋକ ଦାସ, ଇଲିଆନ ଖାନ ପ୍ରମୁଖ ଉପସ୍ଥିତ ଥିଲେ ।


Share It

Comments are closed.