ଖୁବଶୀଘ୍ର ବିଜେପିରେ ଯୋଗ ଦେଇପାରନ୍ତି ଗାଙ୍ଗୁଲୀ !


ପୂର୍ବତନ କ୍ରିକେଟର ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଭାରତୀୟ ଜନତା ପାର୍ଟିରେ ଯୋଗଦେବା ନେଇ ଚର୍ଚ୍ଚା ଜୋର୍ ଧରିଛି । ରବିବାର ଗାଙ୍ଗୁଲି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡଙ୍କୁ ଭେଟିଥିଲେ । ସୋମବାର ସେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଗୋଟିଏ ମଞ୍ଚରେ ଦେଖାଦେବେ । ରବିବାର ରାଜ୍ୟପାଳଙ୍କ ସହ ସାକ୍ଷାତ ଔପଚାରିକ ଥିଲେ ମଧ୍ୟ ନାନା ରାଜନୈତିକ ଆଲୋଚନା ଚାଲିଛି ।

ରାଜ୍ୟପାଳଙ୍କ ସହ ସାକ୍ଷାତକାରକୁ ନେଇ ଗାଙ୍ଗୁଲି କହିଛନ୍ତି ଯେ, ସେ କାହାକୁ ଦେଖା କରିବା ପାଇଁ କିଏ ମନା କରିନାହାଁନ୍ତି । ଏହାମଧ୍ୟରେ ସେ ସୋମବାର ଦିଲ୍ଲୀ ଗସ୍ତ କରିବେ । ଏକ କାର୍ଯ୍ୟକ୍ରମରେ ସେ ଯୋଗଦେବେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଉପସ୍ଥିତ ରହିବେ । ଏହି କାର୍ଯ୍ୟକ୍ରମରେ ସୋମବାର ଦିଲ୍ଲୀ ଫିରୋଜ ଶାହ କୋଟଲା ଷ୍ଟାଡିୟମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଅରୁଣ ଜେଟଲୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହେବ ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ରାଜ୍ୟପାଳ ଗାଙ୍ଗୁଲିଙ୍କ ସହ ସାକ୍ଷାତ ସମ୍ବନ୍ଧୀୟ ଫଟୋ ଓ ଭିଡିଓ ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଥିଲେ । ସେ ଟ୍ୱିଟରରେ ଲେଖିଥିଲେ ଯେ, ଅପରାହ୍ନ ୪ଟା ୩୦ରେ ବିସିସିଆଇ ଅଧ୍ୟକ୍ଷ ସୌରଙ ଗାଙ୍ଗୁଲିଙ୍କ ସହ ରାଜଭବନରେ ଅନେକ ପ୍ରସଙ୍ଗରେ ଚର୍ଚ୍ଚା ହୋଇଛି । ଏପରିକି ଇଡେନ ଗାର୍ଡେନ ବୁଲିବା ନେଇ ଗାଙ୍ଗୁଲି ଦେଇଥିବା ପ୍ରସ୍ତାବକୁ ସେ ସ୍ୱୀକାର କରିଥିବା ରାଜ୍ୟପାଳ କହିଛନ୍ତି ।


Share It

Comments are closed.