ଖତରୋ କେ ଖିଲାଡି ସିଜନ ୯ରେ ନଜର ଆସିବେ ଟିଭି ସିରିଏଲର ଏହି ଅଭିନେତ୍ରୀ


ଛୋଟ ବୟସରୁ ଘରେ ଘରେ ପରିଚିତ ଥିବା ଟିଭି ସିରିଏଲ ଅଭିନେତ୍ରୀ ଆନନ୍ଦି ତଥା ବାଳିକା ବଧୁ ସିରିଏଲ ଅୱିିକା ଗୌର ଏବେ ଶୀଘ୍ର ଛୋଦ ପରଦାରେ ଷ୍ଟଣ୍ଟ କରିବାରେ ନଜର ଆସିବେ । ମିଡିଆ ରିପୋର୍ଟରେ ମିଳିଥିବା ସୂଚନା ଅନୁସାରେ ଅୱିକା ଆଗକୁ ଆସୁଥିବା “ଖତରୋ କେ ଖିଲାଡି ” ସିଜିନ ୯ରେ ଷ୍ଟଣ୍ଟ କରୁଥିବାର ଦେଖିବାକୁ ମିଳିବ । ଏକ ଇଣ୍ଟରଭିୟୁରେ ଅୱିକାଙ୍କୁ ପଚରାଯାଇଥିବା ଏକ ପ୍ରଶ୍ନରେ ଉତ୍ତର ଦେଇଥିଲେ କି, “ ମୋତେ ଏହା ପୂର୍ବରୁ ଖତରୋକେ ଖିଲାଡି ପାଇଁ ଆପ୍ରୋଚ କରାଯାଇଥିଲା କିନ୍ତୁ ସେତେବେଳେ ଶଶୁରାଲ ସିମର ଏବଂ ଅନ୍ୟ ପ୍ରୋଜେକ୍ଟ ମଧ୍ୟରେ ବ୍ୟସ୍ତ ରହିଥିବା ହେତୁ ମୁଁ ଏହି ପ୍ରୋଜେକ୍ଟ ପାଇଁ ହଁ କରିପାରିଲି ନାହିଁ ” ।
ସେ ପୁଣ ଥରେ କହିଛନ୍ତି ଯେ, ଏବେ ବର୍ତ୍ତମାନ ତାଙ୍କ ପାଖରେ ଉଭୟ ସମୟ ଏବଂ ସୁଯୋଗ ଦୁଇଟି ରହିଛି ସେଥଁପାଇଁ ବିନା କୌଣସି ଡେରି ନ କର ମୁଁ “ ଖତରୋକେ କେ ଖିଲାଡି ପାଇଁ କରିଦେଇଛି । ଅୱିକାଙ୍କ ଏହି ସୂଚନାରୁ ସ୍ପଷ୍ଟ ରୂପେ ଜଣା ପଡିଯାଉଛି କି ଆଗକୁ ଆସୁଥିବା ଖତରୋକେ କେ ଖିଲାଡି ସିଜିନ ୯ରେ ସେ ଷ୍ଟଣ୍ଟ କରିବାରେ ନଜର ଆସିବେ ।
ଏହି ସୋ କୁ ନେଇ ସେ କହିଛନ୍ତି, ତାଙ୍କୁ ଆଡଭେନଚର ବହୁତ ପସନ୍ଦ, ସେଥିପାଇଁ ସେ ଏହି ସୋକୁ ନେଇ ବହୁତ ଖୁସି ଅଟନ୍ତି । ଆଗକୁ ମଧ୍ୟ କହିଛନ୍ତି ଯେ “ଏମିତିରେ ତାଙ୍କୁ କୌଣସି ଜିନିଷକୁ ଡର ଲାଗେ ନାହିଁ , କିନ୍ତୁ ପୋକ ଏବଂ ସରୀସୃପଙ୍କ ଠାରୁ ମୋତେ ବହୁତ ଡର ଲାଗେ । ସେଥିପାଇଁ ଏହି ସୋରେ ମୋର ଶକ୍ତିର ପରୀକ୍ଷା କରାଯିବ ” ।
ଆପଣଙ୍କୁ କହି ରଖୁଛୁ କି ଅୱିକା ପ୍ରଥମ ସିରିଏଲ କଲର୍ସରେ ବାଳିକା ବଧୁ ଥିଲା ଯେଉଁଥିରେ ସେ ଖୁବ ଲୋକପ୍ରିୟ ହୋଇଥିଲା ପରେ ପରେ ସେ ଶଶୁରାଲ ସିମରରେ ମଧ୍ୟ ମୁଖ୍ୟ ଅଭିନେତ୍ରୀ ରୂପେ ଦେଖିବାକୁ ମିଲିଥିଲା


Share It

Comments are closed.