୪ ବର୍ଷ ଧରି ଡ୍ରଗ୍ସ ନେଉଛନ୍ତି ଆର୍ଯ୍ୟନ୍ !


ମୁମ୍ବାଇରୁ ଗୋଆକୁ ଯାଉଥିବା ଏକ କ୍ରୁଜରେ ମିଳିଥିବା ଡ୍ରଗ୍ସ ସଂପର୍କରେ ଗତକାଲି ବଲିଉଡ କିଙ୍ଗଖାନ୍ ତଥା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଗିରଫ କରାଯାଇଥିଲା। ଡ୍ରଗ୍ ମାମଲାରେ ଆର୍ଯ୍ୟନ୍ ଖାନଙ୍କୁ ବାରମ୍ବାର ପଚରାଉଚରା କରାଯାଉଛି। ପଚରାଉଚରା ସମୟରେ ଆର୍ଯ୍ୟନ ନିଜ ଲୁହକୁ ନିୟନ୍ତ୍ରଣ କରିବାରେ ଅସମର୍ଥ। ଆର୍ଯ୍ୟନ୍‌ ଲଗାତାର ଭାବେ କାନ୍ଦି ଚାଲିଛନ୍ତି। ଏହି ସମୟରେ ଆର୍ଯ୍ୟନ୍ ସ୍ୱୀକାର କରିଛନ୍ତି ଯେ ସେ ପ୍ରାୟ ୪ ବର୍ଷ ଧରି ଡ୍ରଗ୍ସର ସେବନ କରୁଛନ୍ତି। ତେବେ ଏସବୁ ଭିତରେ ଆର୍ଯ୍ୟନ ଖାନଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) କହିଛି ଯେ କର୍ଡେଲିଆ କ୍ରୁଜ ଡ୍ରଗ୍ସ ମାମଲାରେ ସେ ତାଙ୍କ ରିମାଣ୍ଡ ଅବଧି ବଢାଇବନି ।

ସୂଚନାଥାଉକି, ରବିବାର ଦିନ ମୁମ୍ବାଇର ଏକ କୋର୍ଟ ଆର୍ଯ୍ୟନ୍ ଖାନଙ୍କୁ ଏନସିବି ହେପାଜତକୁ ପଠାଇ ଦେଇଛନ୍ତି । ରିପୋର୍ଟ ଅନୁଯାୟୀ, ଯେତେବେଳେ ଆର୍ଯ୍ୟନ୍ ଖାନଙ୍କୁ ଆଜି ନ୍ୟାୟିକ ହେପାଜତକୁ ପଠାଯିବ । ସେତେବେଳେ ତାଙ୍କ ଓକିଲ ତାଙ୍କ ଜାମିନ ଆବେଦନ କରିବେ । ଡ୍ରଗ୍ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଆର୍ଯ୍ୟନ୍ ଖାନଙ୍କ ବ୍ୟତୀତ ତାଙ୍କ ବନ୍ଧୁ ଅରବାଜ ମର୍ଚାଣ୍ଟ ଏବଂ ଅନ୍ୟ ଜଣେ ଅଭିଯୁକ୍ତ ମୁମୁନ ଧାମଚାଙ୍କୁ ଏନସିବି ଅଧିକାରୀମାନେ ଗିରଫ କରିଛନ୍ତି । ନିଷିଦ୍ଧ ନିଶା ବ୍ୟବହାର, ବିକ୍ରୟ ଏବଂ କ୍ରୟରେ ଜଡିତ ଥିବାରୁ ଆର୍ଯ୍ୟନ ଖାନଙ୍କୁ ରବିବାର ଅପରାହ୍ନରେ ଗିରଫ କରାଯାଇଥିଲା । ଏନସିବି ଏକ ବିବୃତ୍ତିରେ କହିଛି ଯେ ଏହି ତିନି ଅଭିଯୁକ୍ତଙ୍କୁ ଆଜି କୋର୍ଟରେ ହାଜର କରାଯିବ । ଅବଶିଷ୍ଟ ୫ ଅଭିଯୁକ୍ତ ନୁପୁର ସତୀଜା, ଇଶ୍ମିତ ସିଂ ଚାଧା, ମୋହକ ଜୈସୱାଲ, ଗୋମିତ ଚୋପ୍ରା ଏବଂ ବିକାଶ ଚୋକରଙ୍କୁ ରବିବାର ଗିରଫ କରାଯାଇଛି ।


Share It

Comments are closed.