ଡ୍ରଗ୍ସ ମାମଲାରେ କ’ଣ ରହିଛି ଦଣ୍ଡବିଧାନ, ଜାଣନ୍ତୁ


ବଲିଉଡର ଅନେକ ଖ୍ୟାତନାମା ଅଭିନେତ୍ରୀଙ୍କଠାରୁ ଆରମ୍ଭ କରି ବଡ଼ବଡ଼ ବ୍ୟବସାୟୀ ଡ୍ରଗ୍ସ ମାମଲାରେ ଫସିଥିବାର ଅନେକ ନଜିର ରହିଛି। ଭାରତରେ ଡ୍ରଗ୍ସ ନିଷେଧ । ଏଣୁ ଡ୍ରଗ୍ସ ନେଉଥିବା କିମ୍ବା ଡ୍ରଗ୍ସ କାରାବାରରେ ସଂପୃକ୍ତ ଥିବା ଲୋକଙ୍କ ନିମନ୍ତେ ଭାରତୀୟ ସମ୍ବିଧାନରେ ସ୍ୱତନ୍ତ୍ର ଦଣ୍ଡବିଧାନ ରହିଛି ।

ଏନ୍‌ଡିପିଏସ୍‌ ଆଇନ ୧୯୮୫ ମୁତାବକ, ଯଦି ଜଣଙ୍କ ନିକଟରୁ ଅଳ୍ପ ମାତ୍ରାରେ ଚରସ କିମ୍ବା ହଶିଶ ଡ୍ରଗ୍ସ ମିଳିଥାଏ ତେବେ ତାଙ୍କୁ ୧୦ ହଜାର ଟଙ୍କାର ଜରିମାନା ଏବଂ ୬ ମାସ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ହୋଇଥାଏ । ଅନ୍ୟପକ୍ଷରେ ଯଦି ଜଣଙ୍କ ନିକଟରୁ ସାମାନ୍ୟରୁ ଅଧିକ ଡ୍ରଗ୍ସ ମିଳେ କିନ୍ତୁ ତାହା ବିକ୍ରି କରିବା ପରିମାଣର ନୁହେଁ ତେବେ ୧ ଲକ୍ଷ ଟଙ୍କା ଜରିମାନା ଓ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡାଦେଶ ହୋଇଥାଏ । ଡ୍ରଗ୍ସ ବ୍ୟବସାୟ କରିବା ଭଳି ପରିମାଣର ଡ୍ରଗ୍ସ ଯଦି ଜବତ ହୁଏ ତେବେ ବ୍ୟକ୍ତିଙ୍କୁ ୨୦ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ଏବଂ ୧-୨ ଲକ୍ଷ ଟଙ୍କାର ଜରିମାନା ଦେବାକୁ ପଡ଼ିଥାଏ । ୨ ଗ୍ରାମ କୋକିନକୁ ଅଳ୍ପ ମାତ୍ରାରେ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ୧୦୦ ଗ୍ରାମ କୋକିନ ବ୍ୟାପାରିକ ମାତ୍ରାରେ ଅନ୍ତର୍ଭୁକ୍ତ ।


Share It

Comments are closed.