ମହିଳାଙ୍କ ତୁଳନାରେ ପୁରୁଷଙ୍କ ଠାରେ ଶ୍ରୀଘ୍ର ପ୍ରସ୍ତୁତ ହୋଇଥାଏ ଆଂଟିବଡିଜ୍‌, ବିନା ଦ୍ୱନ୍ଦରେ ଦାନ କରିପାରିବେ ପ୍ଲାଜମା


ଏବେ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ କରୋନା ସଂକ୍ରମଣ ପରେ ମହିଳାଙ୍କ ତୁଳନାରେ ପୁରୁଷଙ୍କ ଠାରେ ଆଂଟିବଡି ଶୀଘ୍ର ପ୍ରସ୍ତୁତ ହୋଇଥାଏ । ପ୍ଲାଜମା ଥେରାପିର ପ୍ରଭାବ ବିଷୟରେ ଜାଣିବା ପାଇଁ ଗୋଟିଏ ମାସ ପର୍ଯ୍ୟନ୍ତ ଚାଲିଥିବା ଅଧ୍ୟୟନ ପରେ ବୈଜ୍ଞାନିକମାନେ ଦେଖିଛନ୍ତି ଯେ ପ୍ଲାଜମା ଦାନ କରିଥିବା ୪୩ ପ୍ରତିଶତ ପୁରୁଷଙ୍କ ଠାରେ ଆଂଟିବଡିଜ୍‌ର ମାତ୍ରା ଅଧିକ ରହିଛି ।
ମହିଳାଙ୍କ ଠାରେ ଏହି ସଂଖ୍ୟା କେବଳ ୨୩ ପ୍ରତିଶତ ଥିଲା । ବ୍ରିଟେନର ଏନଏଚଏସ ସେବା ସହ ଜଡ଼ିତ ପାଥୋଲୋଜିଷ୍ଟ ପ୍ରଫେସର ଡେବିଡ ରବର୍ଟସଙ୍କ କହିବା ଅନୁଯାୟୀ ସଂକ୍ରମଣର ଶିକାର ହୋଇଥିବା ଲୋକଙ୍କୁ ପ୍ଲାଜମା ଦାନ କରିବାରେ କୌଣସି ପ୍ରକାରର ପଛଘୁଂଚା ଦେବା ଉଚିତ ନୁହେଁ । ଏହାଦ୍ୱାରା କାହାର ଜୀବନ ବଂଚିପାରିବ ।
ବିଶେଷ କରି ପୁରୁଷମାନେ ଯେଉଁମାନଙ୍କ ଠାରେ ଆଂଟିବଡିଜିର ମାତ୍ରା ବେଶ ଅଧିକ ରହିଥାଏ । ସେ କହିଛନ୍ତି ଯେ ଶରୀରର ରୋଗପ୍ରତିରୋଧକ କ୍ଷମତା ଶ୍ୱେତ ରକ୍ତ କଣିକା ସାହାଯ୍ୟରେ ପ୍ରଥମେ ଭାଇରସ ସହ ଳଢ଼ିଥାଏ । ଯଦି ଶରୀରରେ ଭାଇରସର ମାତ୍ରା ବଢ଼େ ତେବେ ଇମ୍ୟୁନିଟିକୁ ଅହୁରି ଅଧିକ ଆଂଟିବଡିଜର ଆବଶ୍ୟକତା ପଡ଼ିଥାଏ ଯାହାଦ୍ୱାରା ସେ ଭାଇରସକୁ ନିୟନ୍ତ୍ରିତ କରିଥାଏ କିମ୍ବା ମାରିପାରିଥାଏ ।
ଗୁରୁତର ରୋଗୀଙ୍କୁ ଦିଆଯାଇଥାଏ ଆଂଟିବଡିଜ
କରୋନାର ଶିକାର ହୋଇଥିବା ସେହି ରୋଗୀମାନଙ୍କୁ ଆଂଟିବଡିଜ କିମ୍ବା ପ୍ଲାଜମା ଥେରାପି ଦିଆଯାଇଥାଏ ଯେଉଁମାନଙ୍କ ଶରୀର ଆଂଟିବଡିଜି ପ୍ରସ୍ତୁତ କରିପାରିନଥାଏ । ପ୍ଲାଜମା ଡୋନେଟ କରିବାରେ ୪୫ ମିନିଟ ସମୟ ଲାଗିଥାଏ । ରକ୍ତକୁ ମେସିନ ଜରିଆରେ ଫିଲ୍ଟର କରାଯାଇଥାଏ ଏବଂ ପ୍ଲାଜମାକୁ ଅଲଗା କରାଯାଇଥାଏ ଯାହାକୁ ବୈଜ୍ଞାନିକ ଭାଷାରେ ପ୍ଲାଜମାଫେରେସିସ୍ କୁହାଯାଇଥାଏ । ରୋଗୀ ଠିକ ହେବାର ୨୮ ଦିନ ପରେ ପ୍ଲାଜମା ଦାନ କରାଯାଇଥାଏ, କାରଣ ଏହି ସମୟରେ ପ୍ରଚୁର ମାତ୍ରାରେ ଆଂଟିବଡିଜ ପ୍ରସ୍ତୁତ ହେବାର ସମ୍ଭାବନା ରହିଥାଏ ।


Share It

Comments are closed.