ଚନ୍ଦ୍ରପୃଷ୍ଠରେ କିଣିଥିବା ନିଜ ଜାଗାକୁ ସୁଶାନ୍ତ ଟେଲିସ୍କୋପ ମାଧ୍ୟମରେ ସବୁବେଳେ ଦେଖୁଥିଲେ


ବଲିଉଡ ଆକ୍ଟର ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ପାଖାପାଖି ୨ ସପ୍ତାହ ହେବ । ସୁଶାନ୍ତଙ୍କ ବିୟୋଗରେ ଖାଲି ତାଙ୍କ ପରିବାର ନୁହେଁ ବରଂ ଦେଶରେ ଅନେକ ଫ୍ୟାନ୍ସ ଦୁଃଖିତ ଅଛନ୍ତି । ତାଙ୍କ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି ।  ସୁଶାନ୍ତଙ୍କ ମୃତ୍ୟୁ ପରେ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡିଥିବା ତାଙ୍କ ବାପା ନିଜ ପୁଅ ସମ୍ପର୍କରେ ବହୁତ କିଛି କହିଛନ୍ତି। ଏକ ଏଣ୍ଟରଟେନମେଣ୍ଟ ପୋର୍ଟାଲକୁ ଦେଇଥିବା ଇଣ୍ଟରଭ୍ୟୁରେ ସେ କହିଛନ୍ତି, ପୁଅଟିଏ ପାଇବାକୁ ସେ ଓ ତାଙ୍କ ସ୍ତ୍ରୀ ୩ ବର୍ଷ ମାନସିକ କରିଥିଲେ। ବହୁ ମନ୍ଦିର ଓ ଧର୍ମପୀଠରେ ମାନସିକ କରିବା ପରେ କୋଳକୁ ଆସିଥି​‌ଲେ ସୁଶାନ୍ତ । ସେ ଏତେ କମ୍ ଦିନରେ ଏତେ କିଛି କରିଦେଲା ବୋଲି ସୁଶାନ୍ତଙ୍କୁ ମନେ ମନେ ଝୁରି ହେଉଥିବା ତାଙ୍କ ବାପା କହିଛନ୍ତି।

ସୁଶାନ୍ତଙ୍କ ବାପା କହିଛନ୍ତି,  ବିହାର ପାଇଁ ସେ ବହୁତ କିଛି କରିବାକୁ ଭାବୁଥିଲେ ସୁଶାନ୍ତ। ବିହାରର ଲୋକଙ୍କୁ ସାହାଯ୍ୟ କରିବାକୁ କିଛି କରିବାକୁ ଚାହୁଁଥିଲା। କିନ୍ତୁ ସମୟ ମିଳିଲାନି। ସୁଶାନ୍ତ ଚନ୍ଦ୍ରପୃଷ୍ଠରେ ପ୍ଲଟ କିଣିଥିଲା। ନିଜର ପ୍ଲଟକୁ ଦେଖିବା ପାଇଁ ସେ ୫୫ ଲକ୍ଷ ଟଙ୍କାର ଟେଲିସ୍କୋପ୍  କିଣିଥିଲା। ସେହି ଟେଲିସ୍କୋପରେ ନିଜର ପ୍ଲଟକୁ ଦେଖୁଥିଲା। ଏହାପରେ ତାଙ୍କ ବାପା କହିଛନ୍ତି ବାହାଘର ନେଇ ମୁଁ ତା’ ସହିତ ଶେଷ କଥା ହୋଇଥିଲି ଓ ସେ କହିଥିଲା କରୋନା ସମୟରେ ତ ହୋଇପାରିବନି। ତା ଛଡା ଗୋଟେ ଫିଲ୍ମ ଆସୁଛି ଶେଷ ହୋଇଯିବା ପରେ ଫେବୃଆରୀ-ମାର୍ଚ୍ଚରେ ଦେଖିବା, ବାହା ହୋଇଯିବି। ଏହା ସୁଶାନ୍ତ ସହିତ ମୋର ଶେଷ କଥାବାର୍ତ୍ତା ଥିଲା ବୋଲି କହିଛନ୍ତି ସେ। ତେବେ ସୁଶାନ୍ତ କାହାକୁ ବାହା ହୋଇଥାନ୍ତେ ସେ ବିଷୟ​‌ରେ କିଛି କହିନାହାନ୍ତି। ସେ କହିଛନ୍ତି, ଆମେ କେବଳ ତାକୁ କହୁଥିଲୁ ନିଜର ପସନ୍ଦର ଝିଅକୁ ବାହା ହୁଅ, ଯାହା ସହର ସାରା ଜୀବନ ବିତାଇ ପାରିବୁ।’ ଏହାପରେ ସେ ସୁଶାନ୍ତଙ୍କ ପୂର୍ବତନ ପ୍ରେମିକା ଅଙ୍କିତା ଲୋଖଣ୍ଡେଙ୍କ ବିଷୟରେ କହିଥିଲେ। ଅଙ୍କିତା କେବଳ ମୁମ୍ବାଇରେ ତାଙ୍କୁ ଦେଖା କରିବାକୁ ଆସିଥିଲେ ତାହା ନୁହେଁ ବଂର ପାଟନା ବି ଆସିଥିଲେ। ଉଲ୍ଳେଖନୀୟ ଯେ, ଅଙ୍କିତା ହେଉଛନ୍ତି ସୁଶାନ୍ତଙ୍କ ଜୀବନର ଏକମାତ୍ର ଝିଅ, ଯାହାଙ୍କୁ ତାଙ୍କର ବାପା ଏବଂ ପରିବାର ଲୋକ ଜାଣନ୍ତି । କେକେ ସିଂଙ୍କୁ ଯେତେବେଳେ ସୁଶାନ୍ତ ଓ ଅଙ୍କିତାଙ୍କ ବ୍ରେକଅପ୍ ବିଷୟରେ ପଚରାଯାଇଥିଲା ସେ କହିଥିଲେ, ଏବେ ଏହା ତ କେବଳ ସଂଯୋଗ, ଯାହା ହେବାର ଥାଏ, ତାହା ହିଁ  ହୋଇଥାଏ।


Share It

Comments are closed.