ଦେଶରେ ଗତ ୨୪ ଘଣ୍ଟାରେ ୧୮,୫୫୨ ନୂଆ ଆକ୍ରାନ୍ତ ଚିହ୍ନଟ


ଦେଶରେ ଗତ ୨୪ ଘଣ୍ଟାରେ ୧୮,୫୫୨ ନୂଆ ମାମଲା ସାମନାକୁ ଆସିଥିବାବେଳେ ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷରୁ ଉର୍ଦ୍ଧ୍ୱକୁ ଟପିଯାଇଛି । ଦେଶରେ ମୋଟ ସଂକ୍ରମିତଙ୍କ ୫୦୮,୯୫୩ରେ ଆସି ପହଞ୍ଚିଲାଣି । ଏହା ବାଦ୍ ଦେଶରେ ୧୫,୬୮୫ ଜଣଙ୍କ ମୃତ୍ୟୁ ମଧ୍ୟ ଘଟି ସାରିଲାଣି । ମହାରାଷ୍ଟ୍ରରେ କେବଳ ୧୫୨୭୬୫ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏଠାରେ ମୃତକଙ୍କ ସଂଖ୍ୟା ୭,୧୦୬ରେ ଆସି ପହଞ୍ଚିଲାଣି ।
ସେହିଭଳି ଦିଲ୍ଲୀରେ ମଧ୍ୟ କରୋନା ପ୍ରକୋପ ଥମିବାର ନାମ ନେଉ ନାହିଁ । ଦିଲ୍ଲୀରେ ୭୭,୨୪୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଅନ୍ୟପଟେ ୪୭୦୯୧ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି । ଏଠାରେ ବର୍ତ୍ତମାନ ୨୭,୬୫୭ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ଅନ୍ୟପଟେ ୨୪୯୨ ଜଣଙ୍କ ମୃତ୍ୟୁ ଘଟିଛି ।
ଯଦି ଓଡିଶା କଥା କହିବା ତେବେ ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୩୫୦ରେ ଆସି ପହଞ୍ଚିଥିବାବେଳେ ଏମାନଙ୍କ ମଧ୍ୟରୁ ୧୯୦୩ ଜଣ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ସେହିଭଳି ୪,୪୨୨ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଥିବାବେଳେ ମୃତକ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି ।


Share It

Comments are closed.