ଆମେରିକୀୟ ସୈନ୍ୟ ଏକାଡେମୀରୁ ସ୍ନାତକ ହାସଲ କରିବାରେ ପ୍ରଥମ ଶିଖ ମହିଳା ହେବେ ଅନମୋଲ ନାରଙ୍ଗ


ସେକେଣ୍ଡ ଲେଫ୍ଟନାଂଟ ଅନମୋଲ ନାରଙ୍ଗ ୱେଷ୍ଟ ପଏଂଟ ସ୍ଥିତ ଆମେରିକା ସୈନ୍ୟ ଏକାଡେମୀରୁ ସ୍ନାତକ ହାସଲ କରିବାରେ ପ୍ରଥମ ଶିଖ ମହିଳା ଭାବେ ଇତିହାସ ରଚିବେ । ନାରଙ୍ଗଙ୍କ ଜନ୍ମ ଆମେରିକାରେ ହୋଇଥିଲା ଏବଂ ଜର୍ଜିଆର ରୋଜୱେଲରେ ସେ ବଢ଼ିଛନ୍ତି । ସେ ଜର୍ଜିଆର ପ୍ରାଦ୍ୟୋଗିକ ସଂସ୍ଥାନରୁ ସ୍ନାତକ ହାସଲ କରିଛନ୍ତି ଏବଂ ଏହା ପରେ ୱେଷ୍ଟ ପଏଂଟ ଯାଇଛନ୍ତି ଯେଉଁଠାରେ ସେ ଶନିବାର ଦିନ ଅର୍ଥାତ ଆଜି ସ୍ନାତକ ଡିଗ୍ରୀ ହାସଲ କରିବେ ।

Image: Global Punjab

ସେ ବାୟୁ ରକ୍ଷା ପ୍ରଣାଳୀରେ କ୍ୟାରିୟର କରିବାକୁ ଚାହୁଁଛନ୍ତି । ନ୍ୟୁୟର୍କ ସ୍ଥିତ ଅଣ ଲାଭକାରୀ ସଂସ୍ଥା ‘ଶିଖ କୋଲିସନ’ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତିରେ ନାରଙ୍ଗ କହିଛନ୍ତି ଯେ ମୁଁ ବହୁତ ଉତ୍ସାହିତ ଅଛି ଯେ ୱେଷ୍ଟ ପଏଂଟରେ ସ୍ନାତକ କରିବାର ମୋର ସ୍ୱପ୍ନ ପୂରଣ ହେବ । ଏହା ମୋ ପାଇଁ ଗର୍ବର କଥା ।
ସେ କହିଛନ୍ତି ଯେ ଜର୍ଜିଆରେ ମୋର ସମୁଦାୟ ମୋ ଉପରେ ଯେଉଁ ଭରସା ଦେଖାଇଛନ୍ତି ଓ ଯେଭଳି ସହଯୋଗ ଦେଇଛନ୍ତି, ସେଗୁଡ଼ିକ ମୋ ପାଇଁ ବେଶ ମୂଲ୍ୟବାନ । ମୁଁ ଅଭିଭୂତ ଯେ ଏହି ଲକ୍ଷ ପର୍ଯ୍ୟନ୍ତ ପହଂଚି ଅନ୍ୟ ଶିଖ ଆମେରିକୀୟଙ୍କୁ ଏହା ଦେଖାଇଦେଇଛି ଯେ କାହା ପାଇଁ ମଧ୍ୟ କ୍ୟାରିୟରରେ କୌଣସି ରାସ୍ତା ବାଛିବା ସମ୍ଭବ ହୋଇଥାଏ ।
ଅଧିକାରୀମାନେ କହିଛନ୍ତି ଯେ ଅନମୋଲ ନାଂରଙ୍ଗ ଓକଲାହୋମାରେ ବେସିକ ଲିଡରସିପ ପୂରା କରିବେ ଏବଂ ଏହା ପରେ ତାଙ୍କୁ ଜାନୁଆରୀରେ ଜାପାନର ଓକିନାବାରେ ପ୍ରଥମ ନିୟୋଜନ ପାଇଁ ପଠାଯିବ ।


Share It

Comments are closed.