ପରଟା ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ ପରେ ଦେଖନ୍ତୁ ସୋସିଆଲ ମିଡିଆରେ କିଭଳି ମଜାଦାର ମିମ୍‌ର ସୁଅ ଛୁଟିଛି


ଭାରତରେ ଏକ ରିପୋର୍ଟ ପରଠାରୁ ରୁଟି ଓ ପରଟା ଅନ୍‌ଲାଇନରେ ବେଶ ଟ୍ରେଣ୍ଡ କରିବାକୁ ଲାଗିଛି । ରିପୋର୍ଟରେ କୁହାଯାଇଥିଲା ଯେ ପରଟା ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ କରାଯାଇଛି, ଯେବେକି ରୁଟି ଉପରେ ଏହି ଦର ପାଂଚ ପ୍ରତିଶତ ରହିଛି । ଏହା ପରଠାରୁ ସୋସିଆଲ ମିଡିଆରେ ଲୋକମାନେ ଏହାକୁ ନେଇ ଖୁବ ମେମ୍ ଓ ଜୋକ୍ସ କରିଛନ୍ତି ଏବଂ ପରଟା ପାଇଁ ନ୍ୟାୟ ଦାବି କରିଛନ୍ତି ।
କର୍ଣ୍ଣାଟକ ବେଂଚ ପ୍ରାଧିକରଣର ଏକ ନିଷ୍ପତିରୁ ଏହାର ପ୍ରାରମ୍ଭ ହୋଇଛି । ନିଷ୍ପତିରେ ପ୍ରାଧିକରଣ ପକ୍ଷରୁ ପରଟାରେ ରୁଟି ତୁଳନାରେ ଅଧିକ ଜିଏସିଟି ଲାଗୁ କରିବା ପାଇଁ କହିଥିଲେ । ରିପୋର୍ଟରେ କୁହାଯାଇଛି ଯେ ନୀକଟରେ ଜିଏସଟିର ଶୁଣାଣି ସମୟରେ କୁହାଯାଇଥିଲା ଯେ ସବୁ ଭାରତୀୟ ବ୍ରେଡକୁ ରୁଟି ରୂପେ ବର୍ଗୀକୃତ କରାଯାଇପାରିବ ନାହିଁ । ଏଥିରେ ଦଲିଲ ଦିଆଯାଇଥିଲା ଯେ ରେଡି ଟୁ ଇଟ ପରଟାକୁ ଖାଇବା ଖାଇବା ପୂର୍ବରୁ ଗରମ କରିବା ଆବଶ୍ୟକ ପଡ଼ିଥାଏ, ତେଣୁ ଏଗୁଡ଼ିକ ଉପରେ ଅଧିକ ଜିଏସଟି ଲାଗୁ ହେବା ଦରକାର ।
ସୋସିଆଲ ମିଡିଆ ୟୁଜର୍ସଙ୍କୁ ଯେମିତି ପରଟା ଉପରେ ଜିଏସଟି ଲାଗିବାର ଖବର ହେଲା ସେମାନେ ଏହାକୁ ନେଇ ମିମ୍ ଶେୟାର କରିବା ଆରମ୍ଭ କରିଦେଲେ । ଏହାପରେ ସୋସିଆଲ ମିଡିଆରେ ରୁଟି ଆଉ ପରଟାର ଚର୍ଚ୍ଚା ହେବାକୁ ଲାଗିଲା । କିଛି ଲୋକ ଭାବିବାକୁ ଲାଗିଲେ ଯେ ଏବେ ନାନ୍‌ର କଣ ହେବ । ସେହିଭଳି କିଛି ଲୋକ ପରାମର୍ଶ ଦେଇଛନ୍ତି ଯେ କୀମା ପରଟା ଉପରେ ଲକ୍ସରୀ ଟାକ୍ସ ଲାଗିବା ଉଚିତ ।

କିଛି ୟୁଜର୍ସ କହିଛନ୍ତି ଯେ ଭବିଷ୍ୟରେ ସେମାନେ କେବଳ ରୁଟି ହିଁ ଖାଇବେ । ସେମାନେ କହିଲେ ଯେ ପରଟା ଯେ କେବଳ ହାଇ କ୍ୟାଲୋରୀ ଯୁକ୍ତ ତାହାନୁହେଁ ବରଂ ଏହା ଧନୀ ଶ୍ରେଣୀଙ୍କ ପାଇଁ ଅଟେ । ଟାଇମ୍ସ ଅଫ ଇଣ୍ଡିଆ ରିପୋର୍ଟ ଅନୁଯାୟୀ ଆଇଡି ଫ୍ରେଶ ଫୁଡ ସମ୍ପୂର୍ଣ୍ଣ ଗହମ ରୁଟି ଏବଂ ମାଲାବାର ପରଟା ଉପରେ ଲାଗୁ ଜିଏସଟି ଦର ଉପରେ ନିର୍ଣ୍ଣୟ ନେବା ପାଇଁ ପୀଠର ନୀକଟରେ ପହଂଚିଥିଲେ ।


Share It

Comments are closed.