ସିଙ୍ଗଲ ୟୁଜ ପ୍ଲାଷ୍ଟିକ ପରିତ୍ୟାଗ ଦିଗରେ ଆମାଜନ ଇଣ୍ଡିଆର ସଫଳତା


ଭୁବନେଶ୍ୱର: ଆମାଜନ ଇଣ୍ଡିଆ ଭାରତରେ ଥିବା ଏହାର ୫୦ରୁ ଉର୍ଦ୍ଧ୍ୱ ଫୁଲଫିଲମେଂଟ ସେଂଟରରୁ ସମସ୍ତ ସିଙ୍ଗଲ ୟୁଜ ପ୍ଲାଷ୍ଟିକକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ଦିଗରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏକ ପରିବେଶ ଅନୁକୂଳ ସ୍ଥାୟୀ ଯୋଗାଣ ଶୃଙ୍ଖଳର ନିର୍ମାଣ କରିବା ପ୍ରୟାସରେ କମ୍ପାନୀ ଗତ ବର୍ଷ ସେପ୍ଟେ୍‌ମ୍ବର ମାସରେ ନିଜର ଏହି ଲକ୍ଷକୁ ଚଳିତ ଜୁନ ସୁଦ୍ଧା ହାସଲ କରିବା ପାଇଁ ପ୍ରତିବଦ୍ଧ ହୋଇଥିଲା । ଏହାର ଫୁଲଫିଲମେଂଟ ସେଂଟର୍‌ରୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକକୁ ପରିତ୍ୟାଗ କରିବା ପାଇଁ ଆମାଜନ ଇଣ୍ଡିଆ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ନିଜର ଏହି ଲକ୍ଷରେ ନିଜର ପ୍ରଥମ ସଫଳତାକୁ କମ୍ପାନୀ ଡିସେମ୍ବର ୨୦୧୯ରେ ହାସଲ କରିଥିଲା ଯେତେବେଳେ ଏହା ବବଲ୍ ରାପ୍ ଓ ଏୟାର ପିଲୋ ଭଳି ପ୍ଲାଷ୍ଟିକ ପ୍ୟାକେଜିଙ୍ଗ ମେଟେରିଆଲଗୁଡ଼ିକ ବଦଳରେ ପେପର କୁଶନ (କାଗଜ ଥଳୀ)ର ବ୍ୟବହାର କରିଥିଲା । ଏହା ପରେ କମ୍ପାନୀ ପକ୍ଷରୁ ୧୦୦% ପ୍ଲାଷ୍ଟିକ ମୁକ୍ତ ଏବଂ ଅବକ୍ଷୟଯୋଗ୍ୟ ପେପର ଟେପକୁ ପରିଚିତ କରାଯାଇଥିଲା ।
ଆମାଜନ ଇଣ୍ଡିଆ ନିଜର ପ୍ୟାକେଜିଙ୍ଗ ମୁକ୍ତ କ୍ଷମତାକୁ ଆହୁରି ଉନ୍ନତ କରିବା ପାଇଁ ଅନେକ ଅଭିନବ ପ୍ଲାଷ୍ଟିକ-ମୁକ୍ତ ସମାଧାନ ବିକଶିତ କରିବା ସହିତ ଅନେକ ପ୍ରୟୋଗ ମଧ୍ୟ କରିଛି । କମ୍ପାନୀ ପ୍ୟାକେଜିଙ୍ଗରୁ ସୃଷ୍ଟି ହେଉଥିବା ବର୍ଜ୍ୟଗୁଡ଼ିକୁ କମ୍ କରିବା ପାଇଁ ସ୍ଥାୟୀ ପ୍ୟାଜେକିଙ୍ଗ ଅଭିନବତାକୁ ଡିଜାଇନ କରିବା ପାଇଁ ନିର୍ମାତାଙ୍କ ସହ ସହଯୋଗ ସ୍ଥାପନ କରିଛି । ଏହି ଦିଗରେ କରାଯାଇଥିବା ପ୍ରୟୋଗ ଗ୍ରାହକଙ୍କ ଅଭିଜ୍ଞତା ଏବଂ ଉତ୍ପାଦ ସୁରକ୍ଷାକୁ ପ୍ରଭାବିତ କରିବା ବିନା କମ୍ପାନୀ ଗୁଡ଼ିକୁ ଏହାର ସ୍ଥାୟୀ ଲକ୍ଷ ଦିଗରେ ଅଗ୍ରସର ହେବାରେ ସକ୍ଷମ କରିବ । ଚଳିତ ମାସ ପୂର୍ବରୁ କମ୍ପାନୀ ପକ୍ଷରୁ ଭାରତରେ ୧୦୦ରୁ ଉର୍ଦ୍ଧ୍ୱ ସହରରେ ପ୍ୟାକେଜିଙ୍ଗ ମୁକ୍ତ ସିପିଙ୍ଗକୁ(ପିଏପଏସ)ର ଘୋଷଣା କରାଯାଇଥିଲା । ଏହାଛଡ଼ା ଗତ ବର୍ଷ ସେପ୍ଟେମ୍ବର ଠାରୁ କମ୍ପାନୀ ପ୍ଲାଷ୍ଟିକ ବର୍ଜ୍ୟଗୁଡ଼ିକୁ ସଂଗ୍ରହ କରିବା ସହ ସେଗୁଡ଼ିକର ପୁନଃଚକ୍ରଣ ମଧ୍ୟ କରୁଛି ଏବଂ ଏହାର ସମସ୍ତ ଫୁଲଫିଲମେଂଟ ନେଟୱର୍କରୁ ସୃଷ୍ଟ ସମତୂଲ୍ୟ ୧୦୦% ପ୍ଲାଷ୍ଟିକ ବର୍ଜ୍ୟଗୁଡ଼ିକୁ ସଂଗ୍ରହ କରିବାରେ ସାହାଯ୍ୟ କରିବା ପାଇଁ ସଂଗ୍ରହକାରୀ ଏଜେନ୍ସିଗୁଡ଼ିକୁ ମଧ୍ୟ ଚିହ୍ନଟ କରିଛି । ଏହା ପୂର୍ବରୁ ଚଳିତ ଜୁନରେ ଭରିଜନ, ଇନ୍‌ଫୋସିସ୍‌, ଏବଂ ରେକିଟ ବେଙ୍କିସର (ଆରବି) ପରିବଶେ ସଂକଟଗୁଡ଼ିକୁ ସୁଧାରିବା ପାଇଁ ଆମାଜନ ସହିତ ପ୍ୟାରିସ ଏଗ୍ରିମେଂଟରେ ପରିବେଶ ପ୍ରତିଶ୍ରୁତିରେ ସ୍ୱାକ୍ଷର କରିଥିଲେ ।
ଏହା ସମ୍ପର୍କରେ ଆମାଜନ ଇଣ୍ଡିଆ, କଷ୍ଟମର ଫୁଲଫିଲମେଂଟ ଆଣ୍ଡ ସପ୍ଲାଏ ଚେନ, ନିର୍ଦ୍ଦେଶକ ଶ୍ରୀ ପ୍ରକାଶ କୁମାର ଦତା କହିଛନ୍ତି ଯେ, “ ଆମର ସମସ୍ତ ଫୁଲିଫିଲମେଂଟ ସେଂଟରଗୁଡ଼ିକରୁ ସିଙ୍ଗଲ ୟୁଜଡ ପ୍ଲାଷ୍ଟିକକୁ ସମ୍ପୂର୍ଣ୍ଣ ରୂପେ ବର୍ଜନ କରିବା ହେଉଛି ଏକ ସ୍ଥାୟୀ ଯୋଗାଣ ଶୃଙ୍ଖଳାର ନିର୍ମାଣ କରି ପରିବେଶ ଜନିତ ପ୍ରଭାବକୁ ହ୍ରାସ କରିବା ସହିତ ଗ୍ରାହନ ଅଭିଜ୍ଞତାକୁ ବଢ଼ାଇବା ଦିଗରେ ଆମର ପ୍ରୟାସ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ବିଜୟ ।”


Share It

Comments are closed.