ଖୁବ ଶୀଘ୍ର ବଜାରରେ ପ୍ରବେଶ କରିବ ନିସାନ୍‌ର ଏହି ନୂଆ ଏସ୍‌ୟୁଭି, ଦେଖନ୍ତୁ ଏହାର କିଛି ଝଲକ୍‌


ଭୁବନେଶ୍ୱର: ନିସାନ୍ ଇଣ୍ଡିଆ ପକ୍ଷରୁ ଆଜି ଏହାର ଟେକ୍ନୋଲୋଜି ସମୃଦ୍ଧ ଓ ଷ୍ଟାଇଲିସ୍ ବି-ଏସ୍‌ୟୁଭି କନ୍‌ସେପ୍ଟର ହେଡ଼୍‌ଲାଇଟ୍ ଓ ଗ୍ରିଲ୍‌ର ଝଲକ୍ ପ୍ରକାଶ କରାଯାଇଛି । ପ୍ରଥମ ଥର ପାଇଁ ବି-ଏସ୍‌ୟୁଭି କନ୍‌ସେପ୍ଟ କାର୍‌କୁ ଆସନ୍ତା ଜୁଲାଇ ୧୬ ତାରିଖରେ କମ୍ପାନୀର ଗ୍ଲୋବାଲ ହେଡ୍‌କ୍ୱାର୍ଟର୍‌ରେ ସମଗ୍ର ବିଶ୍ୱ ପାଇଁ ପ୍ରଦର୍ଶିତ କରାଯିବ । କମ୍ପାନୀର ଏହି ପ୍ରଥମ କମ୍ପାକ୍ଟ ବି-ଏସ୍‌ୟୁଭି ଭାରତୀୟ ବଜାର ପାଇଁ ନିସାନ୍‌-ନେସ୍‌କୁ ପ୍ରତିଫଳିତ କରୁଛି; ଏହା ହେଉଛି କମ୍ପାନୀର ଏକ ଦର୍ଶନ ଯାହା ଅତ୍ୟାଧୁନିକ ଉତ୍ପାଦ ଓ ଟେକ୍ନୋଲୋଜି ଗୁଡିକ ମାଧ୍ୟମରେ ଲୋକଙ୍କୁ ସଶକ୍ତ କରିବା ପାଇଁ ଲକ୍ଷ୍ୟ ରଖିଛି । ଏହି କମ୍ପାକ୍ଟ ବି-ଏସ୍‌ୟୁଭିକୁ ୨୦୨୦-୨୧ ଆର୍ଥିକ ବର୍ଷର ୨ୟ ଭାଗରେ ବଜାର ପ୍ରବେଶ କରାଯିବାର ଯୋଜନା ରହିଛି ।


ନିସାନ୍‌ର ଆନ୍ତର୍ଜାତୀୟ ଏସ୍‌ୟୁଭି ଐତିହ୍ୟ ଓ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନୂଆ କମ୍ପାକ୍ଟ ଏସ୍‌ୟୁଭିକୁ ଏକ ମଜଭୁତ ରୋଡ୍ ଉପସ୍ଥିତି ପାଇଁ ଷ୍ଟାଇଲିସ୍ ଡିଜାଇନ୍ ସହିତ ଏକ ଫିଚର-ରିଚ୍ ପ୍ରିମିୟମ ଅଫରିଙ୍ଗ୍ ଭାବେ ଆସନ୍ତକାଲିର ଯାତ୍ରା ପାଇଁ ଡିଜାଇନ୍ କରାଯାଇଛି । ଏହି ନୂତନ ଏସ୍‌ୟୁଭିରେ ନିସାନନ ଇଂଟେଲିଜେଂଟ୍ ମୋବିଲିଟିର ଅଂଶ ଭାବେ ଅତ୍ୟାଧୁନିକ ଟେକ୍ନୋଲୋଜିକୁ ସାମିଲ କରାଯାଇଛି । ଏହି ବି-ଏସ୍‌ୟୁଭି ହେଉଛି ନିରନ୍ତର ଉଦ୍ଭାବନ କ୍ଷେତ୍ରରେ ନିସାନ୍‌ର ଗ୍ଲୋବାଲ ଏସ୍‌ୟୁଭି ଡିଏନ୍‌ଏ ସ୍ପିରିଟ୍ ଓ ନିସାନର ଆଇକୋନିକ୍ ମଡେଲ୍ ଯେପରିକି ପାଟ୍ରୋଲ, ପାଥ୍‌ଫାଇଣ୍ଡର, ଆର୍‌ମାଡା, ଏକ୍ସ-ଟ୍ରେଲ, ଜ୍ୟୁକ୍‌, କ୍ୱାସକ୍ୱାଇ ଓ କିକ୍ସ ଆଦିରେ ବ୍ୟବହୃତ ଜାପାନିଜ୍ ଇଞ୍ଜିନିୟରିଙ୍ଗ୍ ପ୍ରତି ଏକ ପ୍ରମାଣ ସଦୃଶ ।


Share It

Comments are closed.