ଆପଣଙ୍କ ଭାଗ୍ୟ ବଦଳାଇଦେବ ମାତ୍ର ମୁଠାଏ ଚାଉଳ, କରନ୍ତୁ ଏହି ବିଶେଷ ଉପାୟ


ଅନେକ ସମୟରେ, କଠିନ ପରିଶ୍ରମ ସତ୍ତ୍ୱେ ଆପଣ ଚାହୁଁଥିବା ଫଳାଫଳ ପାଆନ୍ତି ନାହିଁ । ଏହି କାରଣରୁ, ଜୀବନରେ ଅସ୍ଥିରତା ଏବଂ ଅର୍ଥ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ରାଶିରେ ଗ୍ରହର ଦୁର୍ବଳତା ମଧ୍ୟ ଏହିପରି ସମସ୍ୟା ସୃଷ୍ଟି କରିଥାଏ । ତେଣୁ ଏଥିଲାଗି କିଛି ଉପାୟ କରି ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । ତେବେ ଚାଲନ୍ତୁ ଜାଣିବା ଚାଉଳ ମାଧ୍ୟମରେ କିଛି ଏମିତି ଉପାୟ ଯାହା ଆପଣଙ୍କୁ ଏ ସମସ୍ତ ସମସ୍ୟାରୁ ମୁକ୍ତି ଦେବ ।

ଦରିଦ୍ରତା ହେବ ଦୂର :

ପୂଜା କିମ୍ବା କୌଣସି ଧାର୍ମିକ କାର୍ଯ୍ୟରେ ଚାଉଳର ବିଶେଷ ମହତ୍ତ୍ୱ ରହିଛି । ଏଥିସହିତ ଏହା ଚନ୍ଦ୍ର ସହିତ ମଧ୍ୟ ଜଡିତ । ତେଣୁ ପ୍ରତିଦିନ କପାଳରେ ଚାଉଳ ତିଳକ ଲଗାନ୍ତୁ । ଏହାଦ୍ୱାରା ରାଶିଫଳରେ ଚନ୍ଦ୍ର ଶକ୍ତିଶାଳୀ ହୋଇଥାନ୍ତି । ଯାହା ଫଳରେ ଅର୍ଥ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ।

ଦେବୀ ଲକ୍ଷ୍ମୀ ହୋଇଥାନ୍ତି ପ୍ରଶନ୍ନ :

ପୂର୍ଣ୍ଣିମା କିମ୍ବା ଯେକୌଣସି ଶୁଭ ସମୟରେ, ଲାଲ ରଙ୍ଗର ଏକ ରେଶମ କପଡ଼ାରେ ୨୧ ଗୋଟି ଚାଉଳକୁ ହଳଦିରେ ରଙ୍ଗ କରି ବାନ୍ଧନ୍ତୁ । ଏହାପରେ ଦେବୀ ଲକ୍ଷ୍ମୀଙ୍କ ଆଗରେ ସେହି କପଡାକୁ ରଖନ୍ତୁ । ଦେବୀଙ୍କୁ ପୂଜା କରିବା ସହିତ କନକଧାରା ସ୍ତୋତ୍ର ପାଠ କରନ୍ତୁ । ତା’ପରେ ସେହି କପାଟରୁ କିଛି ଚାଉଳ ତୁମ ପର୍ସରେ ବାକି ଚାଉଳକୁ ଧନ ରଖୁଥିବା ସ୍ଥାନରେ ରଖନ୍ତୁ । ଏହା ଦ୍ୱାରା ଅର୍ଥର ଅଭାବ ଦୂର ହେବା ସହିତ ଦେବୀ ଲକ୍ଷ୍ମୀଙ୍କ କୃପା ରହିବ ।

ଧନ ପ୍ରାପ୍ତ ହେବ :

ସୋମବାର ଅଧା କିଲୋ ଚାଉଳ ନିଅନ୍ତୁ । ଯେପରି ସେହି ଚାଉଳ ଭଙ୍ଗା ନଥିବ । ତା’ପରେ ଭଗବାନ ଶିବଙ୍କ ମନ୍ଦିରକୁ ଯାଇ ଶିବଲିଙ୍ଗ ଉପରେ ୧ ମୁଷ୍ଟି ଅର୍ପଣ କରନ୍ତୁ । ଅବଶିଷ୍ଟ ଚାଉଳକୁ ଗରିବ ଏବଂ ଅସହାୟ ଲୋକଙ୍କୁ ଦାନ କରନ୍ତୁ । କ୍ରମାଗତ ୫ ସୋମବାରରେ ଏହି ପ୍ରତିକାର କରନ୍ତୁ । ଏହାଦ୍ୱାରା ଧନ ପ୍ରାପ୍ତ ହେବ ।

ମନକାମନା ପୂରଣ ହେବ :

ଶୁକ୍ରବାର ରାତି ୧୦ ଟାରେ, ଘରର ଉତ୍ତର ଦିଗରେ ଏକ ଚୌକି ରଖି ସେଥିରେ କଳସ ସ୍ଥାପିତ କରନ୍ତୁ । କଳସରେ ସ୍ୱସ୍ତିକ୍ ଚିହ୍ନ କରି ସେଥିରେ ପାଣି, ଦୁବ, ଚାଉଳ, ୧ ଟଙ୍କା ମୁଦ୍ରା ରଖନ୍ତୁ । ତା’ପରେ ଚାଉଳକୁ ଏକ ଛୋଟ ଥାଳିରେ ଭର୍ତ୍ତି କରି କଳସ ଉପରେ ରଖନ୍ତୁ । ଏହାପରେ ଶ୍ରୀଯନ୍ତ୍ର ସ୍ଥାପନ କରି ଚୌମୁଖି ଦୀପ ଜାଳି ଏହାକୁ ସିନ୍ଦୁର ଏବଂ ଚାଉଳରେ ପୂଜା କରି ଲକ୍ଷ୍ମୀ ସ୍ତୋତ୍ର ପାଠ କରନ୍ତୁ । ଏହା ଦ୍ୱାରା, ଇଚ୍ଛା ପୂରଣ ହେବା ସହିତ ଆର୍ଥିକ ସମସ୍ୟା ମଧ୍ୟ ଦୂର ହେବ ।


Share It

Comments are closed.