ଦେଖନ୍ତୁ କିଭଳି ସଂଗୀତରେ ଆକର୍ଷିତ ହୋଇ ହରିଣଟି ଜଙ୍ଗଲରୁ ଟାଣି ହୋଇ ଆସୁଛି


ବର୍ତମାନ ଅନେକ ଅଜବ ଭିଡିଓ ଏବଂ ଫଟୋ ଇଣ୍ଟରନେଟରେ ଭାଇରାଲ ହେଉଥିବାର ଦେଖିବାକୁ ମିଳୁଛି | କେତେବେଳେ ହାତୀର ଗତିବିଧି ଲୋକଙ୍କୁ ଆକର୍ଷିତ କରୁଛି ତ ପୁଣି କେତେବେଳେ କୁମ୍ଭୀରମାନେ ରାସ୍ତା ପାର ହେବାବେଳେ ଲୋକଙ୍କ ପାଇଁ ଟ୍ରାଫିକ୍ ଜାମ୍ କରିଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳା ଏକ ବାଦ୍ୟଯନ୍ତ୍ର ବଜାଉଛନ୍ତି ଏବଂ ଏହା ଶୁଣି ଏକ ହରିଣ ଜଙ୍ଗଲରୁ ଟାଣି ହୋଇ ଆସୁଛି ।

ଜୁଲାଇ ୨୩ ରେ, ରେଡ୍ଡିଟ୍ ରେ ଏକ ଭିଡିଓ ପୋଷ୍ଟ କରାଯାଇଥିଲା ଯାହାକି ଏକ ମିନିଟ ଲମ୍ବା ଏବଂ ଏହି ଭିଡିଓରେ କ୍ୟାପସନ୍ ଅଛି – ମୋର ସଙ୍ଗୀତ ସେସନ ଏକ ଚଳଚ୍ଚିତ୍ରରେ ପରିଣତ ହୋଇଥିଲା | ଭିଡିଓରେ ଦେଖାଯାଇଛି ଯେ ଜଣେ ମହିଳା ଘର ବାହାରେ ଠିଆ ହୋଇ ବାଦ୍ୟଯନ୍ତ୍ର ବଜାଉଛନ୍ତି ଏବଂ ଏକ ହରିଣ ଏହା ପଛରେ ବୁଲୁଥିବାର ନଜର ଆସୁଛି।

ଭିଡିଓରେ ଏହା ଦେଖାଯାଉଛି ଯେ ଝିଅଟି ବୀଣା ବଜାଉଥିବାରୁ ହରିଣ ଧୀରେ ଧୀରେ ସଙ୍ଗୀତ ଆଡକୁ ଆକର୍ଷିତ ହେଉଥିବା ଦେଖିବାକୁ ମିଳୁଛି | ଭିଡିଓରେ ଏହା ଦେଖାଯାଇପାରେ ଯେ ହରିଣଚି ଏହି ସଙ୍ଗୀତକୁ ବେଶ ଉପଭୋଗ କରୁଛି | ଆପଣ ଏଠାରେ ସମ୍ପୂର୍ଣ୍ଣ ଭିଡିଓ ଦେଖିପାରିବେ |

My harp session turned into a Disney movie from harp


Share It

Comments are closed.