ଗଙ୍ଗା ନଦୀର ଖନନ ବନ୍ଦ କରିବା ଦାବୀରେ ଦୀର୍ଘ ୧୧୧ ଦିନ ହେବ ହରିଦ୍ୱାରରେ ଅନଶନରେ ବସିଥିବା ବିଶିଷ୍ଟ ପରିବେଶବିତ ପ୍ରଫେସର. ଜିଡି ଅଗ୍ରାୱାଲ ଉର୍ଫ ( ସ୍ୱାମୀ ଗ୍ୟାନସ୍ୱରୁପ ସାନନ୍ଦ)ଙ୍କର ନିଧନ ହୋଇଯାଇଛି । ଗୁରୁବାର ଦିନ ରୂଶିକେଶସ୍ଥିତ ଏମ୍ସ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି । ଏମ୍ସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ସ୍ୱାମୀ ସାନନ୍ଦ ଆଜି ଅପରାହ୍ନରେ ନିଜ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କର ୮୭ ବର୍ଷ ବୟସ ହୋଇଥିଲା ।
ସ୍ୱାମୀ ସାନନ୍ଦ ଗଙ୍ଗା ନଦୀର ସ୍ୱଚ୍ଛତା , ନିର୍ମଳତା ଏବଂ ଏଥିରେ ବେଆଇନ ଖନନ ବନ୍ଦ କରିବା ପାଇଁ ଦୀର୍ଘ ଦିନ ହେବ ଅନଶନରେ ବସିଥିଲେ । ସେ ଅନେକ ଥର କେନ୍ଦ୍ରମନ୍ତ୍ରୀ ଉମା ଭାରତୀ ଓ ନିତୀନ ଗଡକାରୀଙ୍କୁ ଗଙ୍ଗା ନଦୀର ସୁରକ୍ଷା କରିବା ସଂପର୍କରେ ଅବଗତ କରାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ କେହି ତାଙ୍କ କଥା କର୍ଣ୍ଣପାତ କରିନଥିଲେ । କେବଳ ଏତିକି ନୁହେଁ ସେ ବହୁ ଥର ଗଙ୍ଗା ନଦୀ ସୁରକ୍ଷା ସଂପର୍କରେ ପ୍ରଧାନମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଏହାର କୌଣସି ବି ପ୍ରଭାବ ପରିଲକ୍ଷିତ ହେଲା ନାହିଁ । ତାଙ୍କର ଏହି ଆମର ଅନଶନ ଯୋଗୁଁ ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଥିଲା । ବୁଧବାର ଠାରୁ ଜଳ ନେବା ମଧ୍ୟ ତ୍ୟାଗ କରିଦେଇଥିଲେ ।
ପ୍ରକାଶ ଥାଉକି ସେ ପେଶାରେ ଜଣେ ଆଇଟି ପ୍ରଫେସର ଅଟନ୍ତି । ସ୍ୱାମୀ ସାନନ୍ଦଙ୍କ ପୂର୍ବରୁ ୨୦୧୧ ମସିହାରେ ସ୍ୱାମୀ ନିଗମାନନ୍ଦ ମଧ୍ୟ ଗଙ୍ଗା ନଦୀ ସୁରକ୍ଷାକୁ ନେଇ ଆମର ଅନଶନ ବସିଥିଲା, ଯାହା ଫଳରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା ।
Comments are closed.