ମଦ ପିଉ ପିଉ, ବ୍ରିଟିସ ଦମ୍ପତି ଜଣକ ନିଶାରେ କିଣିଦେଲେ ଏହି ଦାମୀକିଆ ହୋଟେଲ


ମଦ ପିଇ ସାରିଲା ପରେ ନିଶାଶକ୍ତ ଅବସ୍ଥାରେ ଜଣେ ବ୍ୟକ୍ତି କ’ଣ ବା ନ କରିବସେ ତାହା କିଏ ନଜାଣିଛି । ଉକ୍ତ ବ୍ୟକ୍ତି ଜଣକ ନିଶାରେ କେତେବେଳେ କାହାକୁ ମେସେଜ କରିବାରେ ଲାଗେ ତ ଆଉ କେତେବେଳେ ଫୋନ କରିବାରେ ଲାଗି ପଡିଥାଏ । ମଦ ପିଇ ସାରିଲା ପରେ ଲୋକମାନେ ନିଶାଶକ୍ତ ଅବସ୍ଥାରେ ଅଦଭୂତପୂର୍ଣ୍ଣ କାଣ୍ଡ କରିବାରେ ଲାଗିଥାନ୍ତି । ଏହା କୌଣସି ନୂଆ କଥା ନହେଲେ ବି ଆପଣ କେବେ ଶୁଣିଛନ୍ତି କି ନିଶାଶକ୍ତ ଅବସ୍ଥାରେ ଜଣେ ବ୍ୟକ୍ତି କେବେ ଲକ୍ଷାଧିକ ଟଙ୍କାର ଜିିନିଷ କିଣିବାର । ଆଜ୍ଞା ହିଁ ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ । ଜଣେ ବ୍ୟକ୍ତି ମଦ ପିଇ ଏଭଳି ଏକ କାରନାମ ଘଟାଇଛନ୍ତି, ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ମିଳିଥିବା ସୂଚନା ମୁତାବକ ଏଭଳି ଏକ କାରନାମା ଘଟାଇଛନ୍ତି ଜଣେ ବ୍ରିଟିସ ଦମ୍ପତି ଜଣକ । ମିରର ପକ୍ଷରୁ ମିଳିଥିବା ସୂଚନା ମୁତାବକ ୨୦୧୭ରେ ଜଣେ ବ୍ରିଟିସ ଦମ୍ପତି ହନିମୁନ ପାଇଁ ଶ୍ରୀଲଙ୍କା ଯାଇଥିଲେ । ସେଠାରେ ସେ ପହଞ୍ôଚବା ପରେ ସେହି ଦିନ ରାତିରେ ଏକାଧିକ ଥର ମଦ୍ୟପାନ କରିଦେଇଥିଲେ । ସେ ମଦ୍ୟପାନ କରୁଥିବା ସମୟରେ ସେତେବେଳେ ତାଙ୍କୁ ଜଣାପଡିଲା ଯେ, ସେ ଯେଉଁ ହୋଟେଲରେ ରହୁଛନ୍ତି ତାର ଅବଧି ଖୁବ ଶୀଘ୍ର ସରିବାକୁ ଯାଉଛି ।

ଅନୁସନ୍ଧାନ ପରେ ଜଣାପଡିଲା ଯେ, ଏକ ବର୍ଷ ପାଇଁ ଏହି ହୋଟେଲକୁ ଲିଜରେ ନେବାକୁ ହେଲେ ୧୦ହଜାର ୟୁରୋ ଦେବାକୁ ପଡିବ । ଏହା ପରେ ସେ ୩ ବର୍ଷ ପର୍ଯ୍ୟନ୍ତ ୩୦ ହଜାର ୟୁରୋ(୨୯ ଲକ୍ଷ) ଦେଇ ହୋଟେଲକୁ ଲିଜରେ ନେବା ପାଇଁ ପ୍ରସ୍ତୁତି ହୋଇଯାଇଥିଲା ।
ପରଦିନ ସେ ଲିଜକୁ ରିନିୟୁ କରିବା ପାଇଁ ଜଣେ ବୃଦ୍ଧା ଦମ୍ପତିଙ୍କ ସହ ସାକ୍ଷାତ କଲେ । କଥାବର୍ତା ଦ୍ୱାରା ବେଶି କିଛି ଜଣା ପଡିନଥିଲେ ମଧ୍ୟ ପ୍ରଥମେ ୧୫ ହଜାର ୟୁରୋ ଦେଇ ବ୍ରିଟିସ ଦମ୍ପତି ଜଣକ ହୋଟେଲ ମାଲିକାନା ନିଜ ନାମରେ କରିଥିଲେ ଏବଂ ବଳକା ଟଙ୍କାକୁ ୨୦୧୯ ଶେଷ ସୁଧା ପୈଠ କରିବେ ବୋଲି ପ୍ରତିଶ୍ରୃତି ମଧ୍ୟ ଦେଇଥିଲେ ।
ମାଲିକାନା ହସ୍ତାନ୍ତର ହେବା ପରେ ଏହି ହୋଟେଲର ନାମ ଏବେ “ଲକି ବିଚ ଟେଙ୍ଗଲ” ରଖାଯାଇଛି । ପୂର୍ବ ଅପେକ୍ଷା ବର୍ତ୍ତମାନ ଏହା ଭଲ ବ୍ୟବସାୟ କରିପାରୁଛି ।


Share It

Comments are closed.