କଦଳୀ ଖାଇବାର କ’ଣ ରହିଛି ଉପକାରିତା, ଆସନ୍ତୁ ଜାଣିବା


ଭାରତୀୟମାନେ କାହିଁ କେଉଁ କାଳରୁ କଦଳୀକୁ ଜଳଖିଆ ଭାବେ ଖାଉଥିବାର ଖାଦ୍ୟ ବିଶେଷଜ୍ଞ ପ୍ରକ୍ୟା କରିଛନ୍ତି ।
ଏମାନଙ୍କ ସୁସ୍ଥତାର ପ୍ରମୁଖ ରହସ୍ୟ ହେଉଛି କଦଳୀ ନିୟମିତ ଖାଇବା ।  ନିକଟରେ ଏହି ଫଳ ସଂପର୍କରେ କେତେକ ରୋଚକ ତଥ୍ୟ ସାମନ୍ନାକୁ ଆସିଛି । କଦଳୀ ବାସ୍ନା ମଧ୍ୟ ହଜମ ଶକ୍ତି ବଢାଇପାରେ ବୋଲି ଜଣାପଡିଛି । ପାଚିଲା କଦଳୀ ଡାଇନିଂ ଟେବୁଲ କିମ୍ବା ଜଳଖିଆ ଆଲମାରୀ ଉପରେ ରଖନ୍ତୁ । ଯଦ୍ୱାରା ଏହାର ବସନ୍ନା ଚତୁର୍ଦିଗକୁ ଯାଇପାରିବ ଏବଂ ସ୍ୱାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇପାରିବ ।
ମ୍ୟାଲେସିଆ ବିଶେଷଜ୍ଞ ଏକ ଚମତ୍କାରୀ ତଥ୍ୟ ପ୍ରକାଶ କରିଥିଲେ । ଗ୍ରାମୀଣ ଲୋକଙ୍କର ବାଢିବଗିଚାରୁ କଦଳା ଗଛ ଦେଖିବାକୁ ମିଳେ । ଅନ୍ୟ ବର୍ଗର ଲୋକଙ୍କ ତୁଳନାରେ ଏହା ବେଶ ସୁସ୍ଥ ବୋଲି ପରୀକ୍ଷାରୁ ଜଣା ପଡିଛି । ପୋଷକତତ୍ୱରେ  ଭରପୁର କଦଳୀକୁ ଖେଳାଳୀମାନେ ନିୟମିତ ଖାଇବା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ଖୋରାକ । ଗୋଟେ କଦଳୀରେ ୧୦୦ କ୍ୟାଲୋରୀ ଥିବାବେଳେ ୩ଗ୍ରାମ ଫାଇବର ଥାଏ । ତେଣୁ ନିୟମିତ ଭାବରେ କଦଳୀ ଖାଇଲେ ଭୋକ ଶୀଘ୍ର ହୁଏ ନାହିଁ ଏବଂ ଓଜନ ସଠିକ ରୁହିଥାଏ । ହୃଦରୋଗରେ ଆକ୍ରାନ୍ତ ହେବାକୁ ଚାହୁଁନଥିବା ବ୍ୟକ୍ତି ଅନ୍ତତଃ ଦିନକୁ ୨ଟି କଦଳା ଖାଅନ୍ତୁ । ଏଥିରେ   ପୋଟାସିୟମ ମାତ୍ର ୪୨୦ ମିଲିଗ୍ରାମ ଅଛି । ଏପରି ନିୟମିତ କଦଳୀ ଖାଇଲେ ରକ୍ତ ଚାପ ମଧ୍ୟ ନିୟନ୍ତ୍ରିୟ ରହିଥାଏ  ।

Share It

Comments are closed.