ଆଗାମୀ ୨୦୧୯ର ସାଧାରଣ ନିର୍ବାଚନ ପାଇଁ ବିଜେପି ଅଣ୍ଟା ଭିଡିଲାଣି । ସେଥିପାଇଁ ବିଜେପି ଆରମ୍ଭ କରିଛି ମହାସଂପର୍କ ଅଭିଯାନ । ଏହି ଅବସରରେ ବିଜେପି ଅଧ୍ୟକ୍ଷ ଅମିତ ଶାହା ଯୋଗ ଗୁରୁ ରାମଦେବଙ୍କ ସହ ଦିଲ୍ଲୀ ଫାର୍ମ ହାଉସରେ ସାକ୍ଷାତ କରି ତାଙ୍କ ସହଯୋଗ ପାଇଁ ସହୟତା ଲୋଡିଛନ୍ତି ।
ଶାହାଙ୍କ ସହ ଏହି ସାକ୍ଷାତ ଅବସରରେ ଯୋଗ ଗୁରୁ ରାମ ଦେବ ମୋଦିଙ୍କୁ ପ୍ରସଂଶା କରି କହିଛନ୍ତି ଯେ, କେନ୍ଦ୍ର ସରକାର ଦେଶର ଆର୍ଥିକ ସ୍ଥିତିକୁ ସୁଧାରିବା ଦିଗରେ ବହୁତ କଷ୍ଟ କରିଛନ୍ତି । ଦେଶ ଆର୍ଥିକ ସମସ୍ୟା ଭଳି ଘଢି ସନ୍ଧି ମୂହୁର୍ତ୍ତରେ ଅଗ୍ରସର ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ଆମକୁ ରାସ୍ତା ଦେଖାଇଛନ୍ତି । ପ୍ରଧାନମନ୍ତ୍ରୀ ୪ ବର୍ଷ ମଧ୍ୟରେ ଅନେକ ଲୋକାଭିମୁଖି ପଦକ୍ଷେପ ନେଇଛନ୍ତି, ଏବଂ ତାଙ୍କର ଉଜ୍ଜଳା ଯୋଜନା ମହିଳାମାନଙ୍କୁ ବହୁତ ଉପକୃତ କରାଇଛି ।
ମିଳିଥିବା ସୂଚନା ମୁତାବକ ଏହି ମହାସଂପର୍କ ଅଭିଯାନ ମାଧ୍ୟମରେ ଅମିତ ଶାହା ଦେଶର ୫୦ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ସହ ସାକ୍ଷାତ କରିବେ ଏବଂ ଏହି କ୍ରମରେ ବିଜେପିର ୪ ହଜାର ବରିଷ୍ଟ କାର୍ଯ୍ୟକର୍ତ୍ତା ୧ ଲକ୍ଷରୁ ଉର୍ଦ୍ଧ ପ୍ରସିଦ୍ଧ ବ୍ୟକ୍ତି ମାନଙ୍କ ସହ ସାକ୍ଷାତ କରିବାର ଯୋଜନା ରହିଛି ।
ବିଜେପିର ପକ୍ଷରୁ ଏହି ମହାସଂପର୍କ ଅଭିଯାନ ୨୯ ମେରୁ ଆରମ୍ଭ ହୋଇଥିବା ବେଳେ ଏହି ମହାସଂପର୍କ ଅଭିଯାନ ଅବସରରେ ଅମିତ ଶାହା ଗୁରୁଗାଓଁର ପୂର୍ବ ସେନା ମୁଖ୍ୟ ଦଲବୀର ସଂହ ସୁହାଗଙ୍କ ସହିତ ସାକ୍ଷାତ କରିବା ସହ ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ କପିଲ ଦେବ ଏବଂ ପୂର୍ବତନ ସମ୍ବିଧାନ ବିଶେଷଜ୍ଞ ସୁବାଷ କସ୍ୟପଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ ।
Prev Post
Comments are closed.