କିଏ ସେ ପ୍ରିୟଙ୍କାଙ୍କ ନୂଆ ସାଙ୍ଗ, ଯାହାଙ୍କ ସହ ସେ ଲୁଚି ଲୁଚି କରୁଛନ୍ତି ଡେଟିଙ୍ଗ


ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ସିନେଜଗତରେ ବେଶ ଲୋକପ୍ରିୟ ଥିବା ଅଭିନେତ୍ରୀରେ ପ୍ରିୟଙ୍କା ଚୋପ୍ରା ପୁଣି ଥରେ ଚର୍ଚ୍ଚାରେ । ବର୍ତ୍ତମାନ ପ୍ରିୟଙ୍କା ତାଙ୍କର ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ନାହାନ୍ତି ବରଂ ଆମେରିକାର ପ୍ରସିଦ୍ଧ ଗାୟକ ନିକି ଜୋନାସ ଏବଂ ପ୍ରୟଙ୍କା ଚୋପ୍ରାଙ୍କ ମଧ୍ୟରେ ଗଢିଉଠିଥିବା ସମ୍ପର୍କକୁ ନେଇ ଖୁବ ଚର୍ଚ୍ଚାରେ । ନିକଟରେ ପ୍ରିୟଙ୍କାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥରେ ପ୍ରିୟଙ୍କାଙ୍କ ସହ ଗାୟକ ନିକିଙ୍କୁ ମଧ୍ୟ ଦେଖିବାକୁ ମିଳିଛି ।
ପୂର୍ବରୁ ଉଭୟଙ୍କୁ ଏକାଠି କାର୍ଲିଫର୍ନିଆ ୱେଷ୍ଟ ହଲିଉଡ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିବାବେଳେ ଏବେ ଦୁହେଁଙ୍କ ସମ୍ପର୍କ ଡେଟିଙ୍ଗରେ ଆସି ପହଞ୍ଚିଗଲାଣି । ମିଡିଆ ରିପୋର୍ଟରୁ ମିଳିଥିବା ସୂଚନା ମୁତାବକ ଉଭୟଙ୍କୁ ଏକାଠି “ଟୋକା ମାଡେରା” ରେଷ୍ଟୁରାଣ୍ଟରେ ସମୟ ଅତିବାହିତ କରିବାର ଦେଖିବାକୁ ମିଳିବା ସହ ଉଭୟ ସୁସ୍ୱାଦ ଖାଦ୍ୟର ଉପଭୋଗ କରୁଥିଲେ ଏବଂ ଖୁସି ମଧ୍ୟ ଥିଲେ ।


Share It

Comments are closed.