ରାତି ୮ଟା ସୁଦ୍ଧା ଖୋଲିବ ହୀରାକୁଦର ୪୦ଟି ଗେଟ


ରାଜ୍ୟରେ ବନ୍ୟା ସ୍ଥିତି ଅସମ୍ଭାଳ ହେବାକୁ ଯାଉଛି । ବର୍ଷାର ପରିମାଣ କମ ଥିଲେ ମଧ୍ୟ ହୀରାକୁଦର ଉପର ମୁଣ୍ଡରେ ବର୍ଷା ବଢୁଥିବାରୁ ହୀରାକୁଦରେ ଜଳ ସ୍ତର ବଢିବାରେ ଲାଗିଛି ତେଣୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ହୀରାକୁଦର ସୁଇସ ଗେଟ୍ ଖୋଲିବା ପାଇଁ ନିଦେ୍ର୍ଦଶ ଦିଆଯାଇଛି । ସକାଳେ ୮ଟି ଗେଟ ବନ୍ଦ ହୋଇଥିବା ବେଳେ ଅପରାହ୍ନ ୪ଟାରେ ଆଉ ୫ଟି ସୁଇସ ଗେଟ ଖୋଲାଯାଇଛି ।
ବର୍ତ୍ତମାନ ପର୍ଯ୍ୟନ୍ତ ହୀରାକୁଦର ସମୁଦାୟ ୩୧ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି ଏବଂ ରାତି ୮ଟା ସୁଦ୍ଧା ଆଉ ୯ଟି ଗେଟ ଖୋଲାଯିବ । ଏହି ପାଣିର ପ୍ରଭାବ କଟକ, ଜଗତସିଂହପୁରରେ ଗଭୀର ବନ୍ୟା ଆଶଙ୍କା ରହିଛି । କଟକର ମହାନଦୀରେ ମଧ୍ୟ ବନ୍ୟା ସମସ୍ୟା ଦେଖାଯାଇଛି । ନରାଜ ଏବଂ ଦେବୀ ନଦୀରେ ମଧ୍ୟ ଜଳ ସ୍ତର ଅଧିକ ହେବାରେ ଲାଗିଛି । ଏହି ବନ୍ୟା ଜଳ ପାଇଁ ସରକାର ଜଗସିଂହପୁର ଏବଂ ନୟାଗଡ ଜିଲ୍ଲାର ସମସ୍ତ ବିଦ୍ୟାଳୟ ବନ୍ଦ ହୋଇଛି । ଏବଂ ମୁଖ୍ୟମନ୍ତ୍ରୀ ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସର୍ତକ ରହିବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ବନ୍ୟା ସ୍ଥିତି ଗୁରୁତର କୁ ନେଇ ଜଳ ସମ୍ପଦ ମନ୍ତ୍ରୀ ସୂଚନା ଦେଇଛନ୍ତି ଏବଂ ଆଜି ଦିନଟି ଖୁବ ରୁଗୁତ୍ୱପୂର୍ଣ୍ଣ ବୋଲି ଜଣାଇଛନ୍ତି ।


Share It

Comments are closed.