ଦ୍ୱିତୀୟଥର ପାଇଁ ନିଜ ପ୍ଲାଜମା ଦାନ କଲେ ଅଭିନେତ୍ରୀ ଜୋୟା


ବଲିଉଡ ଅଭିନତା ତଥା ଫିଲ୍ମ ନିର୍ମାତା କରିମ ମୋରାନୀଙ୍କ ଝିଅ ତଥା ଅଭିନେତ୍ରୀ ଜୋୟା, କରୋନା ଭାଇରସରୁ ସୁସ୍ଥ ହେବାର ପ୍ରାୟ ୧ ମାସ ପରେ କରୋନା ଭାଇରସ ସଂକ୍ରମିତଙ୍କୁ ସାହାଯ୍ୟ କରିବା ଲାଗି ନିଜ ପ୍ଲାଜମା ଦାନ କରିବାର ନିଷ୍ପତି ନେଇଛନ୍ତି । ଜୋୟା ସୁସ୍ଥ ହେବା ପରେ ନିଜ ରକ୍ତଦାନ କରିଥିବାବେଳେ ବର୍ତ୍ତମାନ ପୁଣିଥରେ ସେ ନିଜର ରକ୍ତଦାନ କରି ପ୍ରଶଂସା ସାଉଁଟିଛନ୍ତି । ଏହି ସଂପର୍କରେ ଅଭିନେତ୍ରୀ ଜଣକ ନିଜ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି ।

ଜୋୟା ନିଜର ଦ୍ୱିତୀୟ ରକ୍ତଦାନ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ, “ପ୍ଲାଜମା ଦାନର ଦ୍ୱିତୀୟ ରାଉଣ୍ଡ । ଗତ ଥରର ସାହାଯ୍ୟ ହେତୁ ଜଣେ ରୋଗୀ ଆଇସିୟୁରେ ବାହାର ହୋଇଥିଲେ । ଏହା ଦ୍ୱାରା ଆଶା କରନ୍ତୁ ଯେ, କରୋନାରେ ସୁସ୍ଥ ହୋଇଥିବା ପ୍ରତ୍ୟେକ ବ୍ୟକ୍ତି ଯେପରି ରକ୍ତଦାନ କରନ୍ତୁ ଏବଂ ଅନ୍ୟଙ୍କୁ ସାହାଯ୍ୟ କରନ୍ତୁ । ”
ପ୍ରକାଶ ଥାଉକି, କରୋନାରେ ପୀଡିତ ଥିବା ଗମ୍ଭୀର ରୋଗୀଙ୍କ ଚିକିତ୍ସା ଲାଗି ପ୍ଲାଜମା ଥେରାପିର ପ୍ରୟୋଗ ମଧ୍ୟ କରାଯାଉଛି । ଏହି ମଧ୍ୟରେ ଯେଉଁମାନେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ସେହି ସମସ୍ତଙ୍କ ଠାରୁ ପ୍ଲାଜମା ଥେରାପି ପାଇଁ ରକ୍ତ ଦାନ କରିବା ଲାଗି ନିବେଦନ କରାଯାଉଛି । ଜୋୟାଙ୍କ ଏହି ପଦକ୍ଷେପ ଯୋଗୁଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି । ଜୋୟାଙ୍କ ସହିତ ତାଙ୍କ ଭଉଣୀ ମଧ୍ୟ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେ ଗତ ମାସରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ ।


Share It

Comments are closed.