୬ ଦିନରେ କରୋନାକୁ ମାତ ଦେଲେ ଏଚଆଇଭି ଆକ୍ରାନ୍ତ


କ୍ୟାନସର ପରେ ଏଚଆଇଭି ସଂକ୍ରମିତ କରୋନା ବିରୋଧୀ ଲଢେଇରେ ବିଜୟୀ ହୋଇଛନ୍ତି । ମୁଣ୍ଡରେ ଆଘାତ ଲାଗିଥିବା ହେତୁ ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଙ୍କ ଅନେକ ପ୍ରଚେଷ୍ଟା ପରେ ଆକ୍ରାନ୍ତ ଜଣକ ଭାଇରସକୁ ମାତ ଦେଇଛନ୍ତି । ସବୁଠାରୁ ବଡ କଥା ହେଉଛି ଆକ୍ରାନ୍ତ ଜଣକ ୬ ଦିନ ମଧ୍ୟରେ କରୋନାକୁ ମାତ ଦେଇଛନ୍ତି । ଡାକ୍ତରଙ୍କ କହିବା ଅନୁଯାୟୀ, ବ୍ୟକ୍ତି ଜଣକ ହେଉଛନ୍ତି ପ୍ରଥମ ଏଚଆଇଭି ଆକ୍ରାନ୍ତ ଯିଏକି କରୋନାକୁ ମାତ ଦେଇଛନ୍ତି ।
ଗତ ୧୯ ମେ’ରେ ଏହି ୩୪ ବର୍ଷିୟ ଯୁବକ ଜଣକ ଦିଲ୍ଲୀରୁ ଗୋଣ୍ଡାକୁ ଫେରୁଥିଲେ । ସଡକ ଦୁର୍ଘଟଣାରେ ଏହି ଯୁବକ ଜଣକ ଆହତ ହୋଇଯାଇଥିଲେ । ଏହାପରେ ତାଙ୍କୁ ଲକ୍ଷ୍ନୌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏଠାରେ ଉକ୍ତ ବ୍ୟକ୍ତି ଜଣକ କରୋନାରେ ଆକ୍ରାନ୍ତ ଥିବାର ଜଣାପଡିଥିଲା । ବ୍ୟକ୍ତି ଜଣଙ୍କର ଏଚଆଇଭି ପଜିଟିଭ ମଧ୍ୟ ପଜିଟିଭ ଆସିଥିଲା । ଡାକ୍ତରଙ୍କ କହିବା ଅନୁଯାୟୀ ଉକ୍ତ ବ୍ୟକ୍ତି ଜଣଙ୍କର ମୁଣ୍ଡରେ ଆଘାତ ଲାଗିଥିବା ହେତୁ ସେ ମାନସିକ ସନ୍ତୁଳନ ହରାଇ ବସିଥିଲେ । ଏବଂ ବାରମ୍ବାର ବେଡରୁ ଖସି ପଳାଉଥିଲେ । ଏଥପାଇଁ ତାଙ୍କର ଚିକିତ୍ସା କରିବା ଆହୁରୀ କଷ୍ଠ ହୋଇପଡିଥିଲା ।
ଡାକ୍ତରଙ୍କ କହିବା ଅନୁଯାୟୀ, ମେଡିସିଆନ, ନ୍ୟୁରୋଲୋଜି, ନ୍ୟୁରୋସର୍ଜରୀ ଏବଂ କରୋନା ୱାର୍ଡରେ କାର୍ଯ୍ୟରତ ଥିବା ସମସ୍ତ ଡାକ୍ତର ଉକ୍ତ ଯୁବକଙ୍କ ଚିକିତ୍ସା ପାଇଁ ଏକ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିଲେ । ପୁରା ଟିମର ସକ୍ରିୟତାର ଫଳ ସ୍ୱରୁପ, ଉକ୍ତ ରୋଗୀ ଜଣଙ୍କର ନ୍ୟୁରୋଲୋଜିକାଲ ଡିସଅର୍ଡର ସାମନା ଶେଷ ହୋଇଯାଇଥିଲା । ଗୋଟିଏ ଦିନରେ ଏହି ରୋଗୀ ତିନୋଟି ରୋଗରେ ଆକ୍ରାନ୍ତ ହୋଇଥିବାବେଳେ କିନ୍ତୁ ୬ ଦିନ ମଧ୍ୟରେ ରିପୋର୍ଟ ନେଗେଟିଭ ଆସିଥିଲା ।


Share It

Comments are closed.