ଆରମ୍ଭ ହେଲା ବିଧାନସଭା ଶୀତ ଅଧିବେଶନ


ଆଜିଠୁ ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହୋଇଛି । ଗୃହର ଆରମ୍ଭରୁ ଦିବଂଗତ ନେତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିରୋଧୀ ଦଳନେତା ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ତାହାସହ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଦିବଂଗତ ନେତା ମାନଙ୍କ ଅମର ଆତ୍ମାର ସଦଗତି ପାଇଁ ଗୃହରେ ନିରବ ପ୍ରାର୍ଥନା କରାଯାଇଛି । ବିଜୟ ରଞ୍ଜନ ସିଂ ବରିହା, ବିଷ୍ଣୁ ଚରଣ ସେଠୀ, ଗୋଲକ ବିହାରୀ ନାୟକ, କପିଲ ନାରାୟଣ ତିଓ୍ୱାରୀ, ଗୋପ ନାରାୟଣ ଦାସ ଓ ଆଦିକନ୍ଦ ସେଠୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଷୋଡ଼ଶ ବିଧାନସଭାର ଏକାଦଶ (ଶୀତକାଳୀନ) ଅଧିବେଶନ ଆଜିଠୁ ଆରମ୍ଭ ହୋଇଥିବା ବେଳେ, ୩୩ଟି କାର୍ଯ୍ୟଦିବସ ରହିଛି ।

ଏହି ଅଧିବେଶନର ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ । ଅତିରିକ୍ତ ବଜେଟ୍ ଉପରେ ବ୍ୟୟମଞ୍ଜୁରୀ ବିଲ ଡିସେମ୍ବର ୨ ତାରିଖରେ ପାରିତ କରାଯିବ । ଏହି ଦୀର୍ଘ ଅଧିବେଶନ‌ରେ ୬ଟି ବେସରକାରୀ କାର୍ଯ୍ୟଦିବସ ରହିଛି ।


Share It

Comments are closed.