ଲିଜେଣ୍ଡସ ଲିଗ୍‌ କ୍ରିକେଟ୍‌, ଇଣ୍ଡିଆ ମହାରାଜା ପକ୍ଷରୁ ଖେଳିବେ ସେହ୍ୱାଗ ଓ ପ୍ରଜ୍ଞାନ


ଓମାନରେ ଆସନ୍ତା ୨୦ ତାରିଖରୁ ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ୍‌ (ଏଲ୍‌ଏଲ୍‌ସି) ଟୁର୍ଣ୍ଣାମେଣ୍ଟର ପ୍ରଥମ ସଂସ୍କରଣ ଆରମ୍ଭ ହେବ । ଏଥିରେ ୩ଟି ଦଳ ଯଥା ଇଣ୍ଡିଆ ମହାରାଜା, ଏସିଆ ଲାୟନ୍ସ ଏବଂ ଅବଶିଷ୍ଟ ବିଶ୍ୱ ଏକାଦଶ ଦଳ ଭାଗ ନେବେ । ଇଣ୍ଡିଆ ମହାରାଜା ପକ୍ଷରୁ କେବଳ ଅବସରପ୍ରାପ୍ତ ଭାରତୀୟ ଖେଳାଳିମାନେ ଖେଳିବେ । ସେହିପରି ଏସିଆ ଲାୟନ୍ସ ପକ୍ଷରୁ ଶ୍ରୀଲଙ୍କା, ପାକିସ୍ତାନ ଓ ଆଫଗାନିସ୍ତାନ ଖେଳାଳିମାନେ ସାମିଲ ରହିଛନ୍ତି ।

ଇଣ୍ଡିଆ ମହାରାଜା ଦଳରେ ପୂର୍ବତନ ଦୁର୍ଦ୍ଧର୍ଷ ଓପନର ବୀରେନ୍ଦ୍ର ସେହ୍ୱାଗ, ଅଲରାଉଣ୍ଡର ଯୁବରାଜ ସିଂହ, ଓଡ଼ିଆ ସ୍ପିନର ପ୍ରଜ୍ଞାନ ଓଝା ଓ ହରଭଜନ ସିଂହ ପ୍ରମୁଖ ସାମିଲ୍‌ ରହିଛନ୍ତି । ଏସିଆ ଲାୟନ୍ସ ଦଳରେ ଶ୍ରୀଲଙ୍କାର ପ୍ରସିଦ୍ଧ ସ୍ପିନର ମୁଥୟା ମୁରଲୀଧରନ, ଚାମିଣ୍ଡା ଭାସ, ପାକିସ୍ତାନର ସୋଏବ ଅଖତର୍‌ ଓ ସାହିଦ ଆଫ୍ରିଦିଙ୍କ ଭଳି ଚର୍ଚ୍ଚିତ ଖେଳାଳିଳ ରହିଛନ୍ତି । ଏଲ୍‌ଏଲ୍‌ସି କମିଶନର ରବି ଶାସ୍ତ୍ରୀ କହିଛନ୍ତି, ଇଣ୍ଡିଆ ମହାରାଜା ପୁଣିଥରେ ଏକାଠି ହେବାକୁ ଯାଉଛନ୍ତି । ଦଳ ଏସିଆ ଓ ଅବଶିଷ୍ଟ ବିଶ୍ୱ ଏକାଦଶ ବିପକ୍ଷରେ ଖେଳିବ ।

ଇଣ୍ଡିଆ ମହାରାଜା: ବୀରେନ୍ଦ୍ର ସେହ୍ୱାଗ, ସଞ୍ଜୟ ବାଙ୍ଗର, ଯୁବରାଜ ସିଂହ, ନୟନ ମୋଙ୍ଗିଆ, ସୁବ୍ରମଣ୍ୟମ ବଦ୍ରିନାଥ, ୟୁସୁଫ ପଠାନ, ଭେନୁଗୋପାଳ ରାଓ, ନମନ ଓଝା, ଇର୍ଫାନ ପଠାନ, ଆର୍‌ପି ସିଂହ, ହରଭଜନ ସିଂହ, ପ୍ରଜ୍ଞାନ ଓଝା, ମନପ୍ରୀତ ଗୋନି, ହେମାଙ୍ଗ ବଦାନି, ଅମିତ ଭଣ୍ଡାରୀ ।


Share It

Comments are closed.