ଗାଙ୍ଗୁଲିଙ୍କ ପରେ ଏବେ ତାଙ୍କ ଝିଅ ସାନା କରୋନା ପଜିଟିଭ, ନିଜକୁ କଲେ ଆଇସୋଲେଟ୍


ଭାରତୀୟ କ୍ରିକେଟ କନଟ୍ରୋଲ ବୋର୍ଡ(ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କରୋନା ପଜିଟିଭ ହେବାପରେ ଏବେ ଚିକିତ୍ସିତ ହେଉଛନ୍ତି। ସୌରଭଙ୍କ ପରେ ଏବେ ତାଙ୍କ ଝିଅ ସାନା ଗାଙ୍ଗୁଲି ମଧ୍ୟ କରୋନା ପଜିଟିଭ ବୋଲି ଜଣାପଡିଛନ୍ତି। ତାଙ୍କ ନିକଟରେ କରୋନାର ସମସ୍ତ ଲକ୍ଷଣ ରହିଛି। ରିପୋର୍ଟ ପଜିଟିଭ ଆସିବା ପରେ ସାନା ନିଜକୁ ଆଇସୋଲେଟ୍ କରିଛନ୍ତି।

ନିକଟରେ ​‌ସୌରଭ କରୋନା ସଂକ୍ରମିତ ଜଣାପଡିଥିଲେ। ଏହାପରେ ତାଙ୍କୁ କିଛି ଦିନ ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୌରଭ କରୋନାର ଡେଲ୍ଟା ଭାରିଆଣ୍ଟ​‌ରେ ସଂକ୍ରମିତ ହୋଇଥିଲେ, ତେବେ ତାଙ୍କର ଓମିକ୍ରନ୍‌ ରିପୋର୍ଟ ନେଗେଟିଭ ଆସିଥିଲା। କିଛି ଦିନ ହସ୍ପିଟାଲରେ ରହିବା ପରେ ସୌରଭଙ୍କୁ ଛୁଟି ମିଳିଯାଇଥିଲା, କିନ୍ତୁ ସେ ଘରେ ଆଇସୋଲେସନ୍‌ରେ ଥିଲେ। ଏବେ ତାଙ୍କ ଝିଅ ସାନା ଗାଙ୍ଗୁଲିଙ୍କ କୋଭିଡ୍ ରିପୋର୍ଟ ପଜିଟିଭ ଆସିଥିଲା। ସୌରଭ ଗାଙ୍ଗୁଲିଙ୍କୁ କୋଲକାତାର ଉଡଲ୍ୟାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଉଲ୍ଲେଖନୀୟ ଯେ, ସାନା ଗାଙ୍ଗୁଲି ଏବେ ଅକ୍ସଫୋର୍ଡ ୟୁନିଭର୍ସିଟିରେ ପଢୁଛନ୍ତି, କିନ୍ତୁ କରୋନା କାଳରେ ସେ କୋଲକାତାରେ ଅଛନ୍ତି। ସେ ନିଜର ପାଠପଢା କୋଲକାତାର ଏକ ସ୍କୁଲରୁ ଆରମ୍ଭ କରିଥିଲେ। ସାନା ନିଜ ମା’ ଡୋନାଙ୍କ ଭଳି ଜଣେ ଭଲ ଡ୍ୟାନ୍ସର।


Share It

Comments are closed.