କଙ୍ଗନା ଲଗାଇଲେ ଫିଲ୍ମ ନିର୍ମାତା ବିକାଶ ବେହଲଙ୍କ ଉପରେ ଯୌନ କେଳେଙ୍କାରୀର ଅଭିଯୋଗ


ବଲିଉଡରେ ବର୍ତ୍ତମାନ ଗୋଟାଏ ପରେ ଗୋଟେ ଯୌନ କେଳେଙ୍କାରୀର ଗୁମର ଖୋଲିବାରେ ଲାଗିଛି । ବର୍ତ୍ତମାନ ତନୁଶ୍ରୀ ଦତ୍ତ ଭେଟରାନ ଅଭିନେତା ନାନା ପାଟେକରଙ୍କ ଉପରେ ଲାଗାଇଥିବା ଯୌନ ନିର୍ଯ୍ୟାତନକୁ ନେଇ ପରିସ୍ଥିତ ସରଗରମ ରହିଥିବାବେଳେ ସେପଟେ ବଲିଉଡ ଜଗତର ଆଉ ଏକ କେଲେଙ୍କାରୀ ସାମନାକୁ ଆସିଛି । ଅଭିନେତ୍ରୀ କଙ୍ଗନା ରାଣାୱାତ ବିଶିଷ୍ଟ ଫିଲ୍ମ ନିର୍ମାତା ବିଶାଲ ବେହଲଙ୍କୁ ନେଇ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି । ଏହାକୁ ନେଇ ବଲିଉଡ ଜଗତରେ ପୁଣି ଥରେ ହଇଚଇ ଖେଳିଯାଇଛି ।
ପ୍ରକାଶ ଥାଉକି, ଏକ ବର୍ଷ ପୂର୍ବେ ଫିଲ୍ମ “ପ୍ୟାଣ୍ଟମର” ର ସୁଟିଙ୍ଗ ସମୟରେ ଜଣେ ମହିଳା ଫିଲ୍ମ ନିର୍ମାତା ବିକାଶ ବେହଲଙ୍କ ଉପରେ ଅସଧାଚରଣ କରିଥିବା ଅଭିଯୋଗ ଆଣିଥିଲେ । ଯାହାକୁ ନେଇ କଙ୍ଗନା ରାଣାୱାତ ଉକ୍ତ ମହିଳା ଜଣକୁ ସମର୍ଥନ କରି କହିଛନ୍ତି ବିକାଶ “ବେହଲ ହେଉଛନ୍ତି ଏହିଭଳି ଜଣେ ପୁରୁଷ ଯାହାଙ୍କୁ ନିଜର ତୃଷ୍ନ ମେଣ୍ଟାଇବା ପାଇଁ ପ୍ରତିଦିନ ରାତିରେ ଜଣେ ନୂଆ ଝିଅ ଆବଶ୍ୟକ ପଡିଥାଏ । ବିକାଶ ୨୦୧୪ରୁ ବିବାହ କଲେଣି କିନ୍ତୁ ଫିଲ୍ମ “କୁଇନ”ର ସୁଟିଙ୍ଗ ସମୟରେ ସେ ପ୍ରତ୍ୟେକ ଦିନ ଜଣେ ନୂଆ ଝିଅଙ୍କ ଶାରୀରିକ ସମ୍ବନ୍ଧ ରଖୁଥିଲେ ।
କେବଳ ଏତିକି ନୁହେଁ ସେ ଯେବେବି ମୋ ସହ ସାକ୍ଷାତ କରୁଥିଲେ ମୋତେ ଆଲିଙ୍ଗକରି ମୋ କେଶର ବାସନାରେ ହଜି ଯାଉଥିଲେ ଏହା ସହିତ ଜୋରସେ ଆଲିଙ୍ଗନ କରି ଧରୁଥିଲେ । ସେଥିପାଇଁ ତାଙ୍କ ଠାରୁ ଅଲଗା ହେବା ପାଇଁ ମୋତେ ବଳ ପ୍ରଯୋଗ କରିବାକୁ ପଡୁଥିଲା । ଏହି ସବୁ କଥା ଭାବିଲେ ମୋତେ ଘୃଣା ଲାଗେ କିନ୍ତୁ ସେତେବେଳେ ମୁଁ ନିଜକୁ ସମ୍ଭାଳି ନେଉଥିଲି ଏବଂ ବିକାଶଙ୍କ ସାମନାରେ ଦୁର୍ବଳ ହେଉନଥିଲି ।
ସେହି ସମୟରେ ମୁଁ ମଧ୍ୟ ସେହି ମହିଳାଙ୍କୁ ସମର୍ଥନ କରିଥିଲି ଆପଣ ମୋ ପୁରୁଣା ଇଣ୍ଟରଭିୟୁରେ ଦେଖିପାରିବେ । ଏହା ପରେ ମୋତେ ଲାଗିଥିଲା ଏହି ଘଟଣା ଲୋକଲୋଚନକୁ ନିଶ୍ଚୟ ଆସିବ କିନ୍ତୁ ତାହା ହେଲା ନାହିଁ । ”


Share It

Comments are closed.