ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ : ତାସ୍ ଘର ଭଳି ଭାଙ୍ଗିଗଲା ବଡ ବଡ କୋଠା, ଭିଡିଓ ଭାଇରାଲ


ଆମେରିକା କନସାସରେ ଭୟଙ୍କର ଘୂର୍ଣ୍ଣିଝଡ । ଭାଙ୍ଗିଗଲା ଶହଶହ ଘର । ଶହଶହ ଗଛ ବି ଉପୁଡି ପଡିଲା । ଶୁକ୍ରବାର ସନ୍ଧ୍ୟାରେ କନସାସରେ ଆସିଥିବା ଘୂର୍ଣ୍ଣିଝଡ ବ୍ୟାପକ ତାଣ୍ଡବ ରଚିଛି । ସୂଚନାନୁସାରେ, ଶୁକ୍ରବାର ସନ୍ଧ୍ୟାରେ କନସାସରେ ଭୟଙ୍କର ଘୂର୍ଣ୍ଣିଝଡ ତାଣ୍ଡବ ରଚିଥିଲା । ଏହାର ଦୃଶ୍ୟ ମଧ୍ୟ ଭୟଙ୍କର ଥିଲା ।

ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହା ଏତେ ଶକ୍ତିଶାଳୀ ଥିଲା ଯେ କିଛି ମିନିଟରେ ଏହା ଶହଶହ ଘର ଓ ଗଛକୁ ଭାଙ୍ଗି ପକାଇଥିଲା । ତେବେ ଘୂର୍ଣ୍ଣିଝଡ ପ୍ରଭାବରେ ୧୫୦୦ରୁ ଅଧିକ ଘରର ବିଜୁଳି ସେବା ବ୍ୟାହତ ହୋଇଛି । ଏହାସହ ବିଭିନ୍ନ ସ୍ଥାନରେ ଝଡ ଦ୍ୱାରା ୩ ଜଣ ପ୍ରାଣ ମଧ୍ୟ ହରାଇଛନ୍ତି ।

ଅକଲୋମା ହାଇଓ୍ୱେ ପାଟ୍ରୋଲ ରିପୋର୍ଟ ଅନୁସାରେ, ଟେକସାସର ନିକୋଲାସ ନାୟର, ଇଲିନାଇସର ଗୋବିନ୍ ସର୍ଟ ଓ ଇଣ୍ଡିଆନାରେ ରହୁଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।


Share It

Comments are closed.