୨୦୨୨ର ସବୁଠାରୁ ଦ୍ରୁତ ବୋଲ ପକାଇ ରେକର୍ଡ ପ୍ରତିଷ୍ଠା କଲେ ଉମରାନ ମଲ୍ଲିକ


ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଆଇପିଏଲ ଖେଳୁଥିବା ଦ୍ରୁତ ବୋଲର ଉମରାନ ମଲ୍ଲିକ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ଏକ ବଡ ଉପଲବ୍ଧି ହାସଲ କରିଛନ୍ତି । ସେ ଆଇପିଏଲ ୨୦୨୨ରେ ସବୁଠାରୁ ଦ୍ରୁତ ବଲ ପିଙ୍ଗିଥିବା ରେକର୍ଡ ପ୍ରତିଷ୍ଠା କରିଛନ୍ତି । ୨୨ ବର୍ଷୀୟ ଜମ୍ମୁ କାଶ୍ମୀରର ଏହି ବୋଲର ଘଣ୍ଟା ପ୍ରତି ୧୫୪ କିମି ବେଗରେ ବଲ୍ ପକାଇଥିଲେ । ଏହାସହ ସେ ଗୁଜୁରାଟ ଟାଇଟନ୍ସ ପକ୍ଷରୁ ଖେଳୁଥିବା ଲକି ଫରଗ୍ୟୁସନଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି ।

ପୁଣେର ଏମସିଏ ଷ୍ଟାଡିୟମରେ ରବିବାର ଚେନ୍ନାଇ ସୁପର କିଙ୍ଗସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଥିଲା । ଏହି ମ୍ୟାଚରେ ଉମରାନ ବୋଲିଂ କରିଥିବା ଦୁଇଟି ବଲର ବେଗ ଘଣ୍ଟା ପ୍ରତି ୧୫୪ କିମି ଥିଲା ।

ସେ ଦଶମ ଓଭରର ଦ୍ୱିତୀୟ ବଲରେ ରୁତୁରାଜ ଗାଏକଓ୍ୱାଡଙ୍କୁ ୧୫୪ କିମି ବେଗରେ ବୋଲିଂ କରିଥିଲା । ଯାହା ଚଉକା ହୋଇଥିଲା । ସେହିପରି ୧୯ତମ ଓଭରରରେ ସେ ମହେନ୍ଦ୍ର ସିଂ ଧୋନୀଙ୍କୁ ୧୫୪ କିମି ବେଗରେ ବୋଲିଂ କରିଥିଲେ । ଏହାକୁ ମିଡ ଅନରେ ଖେଳି ସିଙ୍ଗଲ୍ ରନ୍ ନେଇଥିଲେ । ତେବେ ସେ ୪ ଓଭର ବୋଲିଂ କରିଥିଲେ ବି ୪୮ ରନ୍ ବ୍ୟୟ କରିଥିଲେ । ଏହାସହ ସେ କୌଣସି ଓ୍ୱିକେଟ୍ ନେବାରେ ସଫଳ ହୋଇନଥିଲେ ।


Share It

Comments are closed.