ଭୋଟ ଗଣତି ସମୟରେ ଝାନ୍ସିରେ ଅଘଟଣ, ପୋଲିସ ଉପରେ ଆକ୍ରମଣ କଲେ ବିଜେପି ନେତା


ମଧ୍ୟପ୍ରଦେଶର ଝାନସୀରେ ଜଣେ ବିଜେପି ନେତାଙ୍କ ଦାଦାଗିରି ସାମ୍ନାକୁ ଆସିଛି । ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ବିଜେପି ନେତାଜଣଙ୍କ ମାଡ ମାରୁଥିବା ଦେଖିବାକୁ ମିଳିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ରାଷ୍ଟ୍ରୀୟ ସମାଚାରର ରିପୋର୍ଟ ସୂଚନାନୁସାରେ, ଝାନସୀ ଜିଲ୍ଲାର ଏମଏଲସି ନିର୍ବାଚନ ପାଇଁ ମତଗଣନା ଚାଲୁଥିବା ବେଳେ ଏହି ଅଘଟଣ ଘଟିଛି । ଏହି ସମୟରେ ବିଜେପି ନେତା ପ୍ରଦୀପ ସରାବଗୀ ଓ ଅନ୍ୟ କିଛି ନେତା ହାତାହାତି ହୋଇଥିଲେ । ଏପରିକି ସେଠାରେ ଉପସ୍ଥିତ ଥିବା ସିଟି ଏସପି ବିବେକ ତ୍ରିପାଠୀଙ୍କୁ ମାଡ ମାରିଥିଲେ ।

କୁହାଯାଉଛି ଯେ, ମତଗଣନା ଚାଲିଥିବା ବେଳେ ସମାଜବାଦୀ ପାର୍ଟିର ପ୍ରାର୍ଥୀ ଜିତିବାର ସମ୍ଭାବନା ଦେଖି କିଥି ବିଜେପି ନେତା ଭୋଟକେନ୍ଦ୍ରରେ ପହଁଚି ପୋଲିସ କର୍ମୀଙ୍କ ସହ ମାରପିଟ୍ କରିଥିଲେ । ଏହି ସମୟରେ ବିଜେପି ନେତା ପ୍ରଦୀପ ସିଟି ଏସପିଙ୍କ ସାର୍ଟ କଲର ଧରି ମାଡ ମାରିଥିଲେ ।


Share It

Comments are closed.