ଚୀନକୁ ପୁଣି ଏକ ଝଟକା ଦେଲା ଭାରତ, ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ ୱେ ପ୍ରକଳ୍ପରୁ ହେଲା ବିଦା


ସୀମାରେ ଭାରତ ଓ ଚୀନ ମଧ୍ୟରେ ତିକ୍ତତା ହ୍ରାସ ପାଇବା ପରେ କେନ୍ଦ୍ର ସରକାର ଚୀନା କମ୍ପାନୀଙ୍କୁ ଆର୍ଥିକ ଝଟକା ଦେବା ଜାରି ରଖିଛନ୍ତି । ଏବେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ ଓ୍ୱେ ପ୍ରୋଜେକ୍ଟରୁ ଦୁଇଟି ଚୀନ କମ୍ପାନୀଙ୍କୁ ଟେଣ୍ଡର ପ୍ରକ୍ରିୟାରୁ ବାହାର କରାଯାଇଛି । ଏହି ପ୍ରକଳ୍ପ ପ୍ରାୟ ୮୦୦ କୋଟି ଟଙ୍କାର ରହିଛି ।

ଏହି କମ୍ପାନୀକୁ ଅଧିକାରୀମାନେ ଲେଟର୍ ଅଫ୍ ଆଓ୍ୱାର୍ଡ ଦେବାକୁ ମନା କରିଦେଇଛନ୍ତି । ଏହି ଲେଟର୍ ଦ୍ୱିତୀୟ କମ୍ ଦାମ୍‌ର ବିଡ୍ ଥିବା କମ୍ପାନୀକୁ ପ୍ରଦାନ କରାଯିବ । ଏହି ପ୍ରକଳ୍ପ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସକୁ ନେଇ ଥିଲା ।

ଉଭୟ ଚୀନ୍ କମ୍ପାନୀ ଜିଙ୍ଗାକସି କନଷ୍ଟ୍ରକସନ୍ ଇଞ୍ଜିନିୟରିଂର ସବସିଡିଆରୀ ଅଟନ୍ତି । ଇକୋମୋକିକ୍ ଟାଇମସ୍ ଖବର ଅନୁସାରେ, ପରିବହନ ବିଭାଗ ପ୍ରାୟ ୮୦୦ କୋଟିର ଏହି ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟାକୁ ବନ୍ଦ କରିଦେଇଛି । ଉଭୟ କମ୍ପାନୀ ବିଡ୍ କରିବାରେ ସଫଳ ହୋଇଥିଲେ । ଏହା ସତ୍ୱେ ସେମାନଙ୍କୁ ଲେଟର୍ ଅଫ୍ ଆଓ୍ୱାର୍ଡ ଦିଆଯାଇ ନାହିଁ । ଏହି ପ୍ରକଳ୍ପ ଏବେ ଅନ୍ୟ କମ୍ପାନୀକୁ ପ୍ରଦାନ କରାଯିବ ।

ସୂଚନାଯୋଗ୍ୟ, ନିକଟରେ ପରିବହନ ମନ୍ତ୍ରୀ ନୀତିନ ଗଡକରୀ କହିଥିଲେ ଯେ, ଚୀନ କମ୍ପାନୀକୁ ବିଭିନ୍ନ ରାଜ ପଥ ପ୍ରକଳ୍ପରୁ ବାହାର କରାଯିବ । ସେମାନେ ସଂଯୁକ୍ତ ପାର୍ଟନର୍ ଭାବେ ମଧ୍ୟ କାମ କରିପାରିବେ ନାହିଁ । ଏହାପୂର୍ବରୁ ରେଳବାଇ ୪୭୧ କୋଟିର ଏକ ପ୍ରକଳ୍ପରୁ ଚୀନ୍ କମ୍ପାନୀକୁ ବାହାର କରିଥିଲା ।


Share It

Comments are closed.