ସାଧାରଣ ସଂପାଦକ ଭାବେ ଦଳର ୩୬ ନେତାଙ୍କୁ ଦାୟିତ୍ୱ ବଣ୍ଟନ କଲା ବିଜେଡି


ବିଜେଡିର ୩୬ଜଣ ସାଧାରଣ ସମ୍ପାଦକଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି । ସାଧାରଣ ସମ୍ପାଦକମାନଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦେଲେ ସଭାପତି ନବୀନ ପଟ୍ଟନାୟକ । ତେବେ ନୂତନ ଭାବେ ଦିଆଯାଇଥିବା ଦାୟିତ୍ୱ ମଧ୍ୟରେ ସୁଶାନ୍ତ ସିଂହଙ୍କୁ ସଶକ୍ତ ଓଡିଶାର ଦାୟିତ୍ୱ ଦିଆଯାଇଥିବା ବେଳେ ଚନ୍ଦ୍ରସାରଥୀ ବେହେରାଙ୍କୁ ଅନୁସୂଚିତ ଜନଜାତିର ସଶକ୍ତିକରଣ । ମନୋହର ରାନ୍ଧାରୀଙ୍କ ସଶକ୍ତ ଓଡିଶା, ପୂର୍ଣ୍ଣଚନ୍ଦ୍ର ସ୍ୱାଇଙ୍କୁ ସାମାଜିକ ବିକାଶ, ସ୍ନେହାଙ୍ଗୀନି ଛୁରିଆଙ୍କୁ ଅନୁସୂଚିତ ଜନଜାତିର ସଶକ୍ତିକରଣ, ଜଗନ୍ନାଥ ସାର୍‌କା ଜନଜାତିର ସଶକ୍ତିକରଣ ଓ ସଂଖ୍ୟାଲଘୁ ବ୍ୟାପାର , ଆୟୁବ ଖାନ୍‌ଙ୍କୁ ସଂଖ୍ୟାଲଘୁ ବ୍ୟାପାର, ଦେବେଶ ଆଚାର୍ଯ୍ୟଙ୍କୁ ଓଡିଶା : ମୋ ପରିବାର , ଉମାକାନ୍ତ ସାମନ୍ତରାୟଙ୍କୁ ସାମାଜିକ ବିକାଶ, ବ୍ୟୋମକେଶ ରାୟ ଛାତ୍ର ବ୍ୟାପାର, ଅନନ୍ତ ନାରାୟଣ ଜେନା ସଶକ୍ତ ଓଡିଶାର ଦାୟିତ୍ୱ ଦିଆଯାଇଛି ।

ସେହିପରି ଶ୍ରୀମତୀ ରାଜଶ୍ରୀ ମଲ୍ଲିକ ମହିଳା ସଶକ୍ତିକରଣ, ପ୍ରିୟଦର୍ଶୀ ମିଶ୍ରଙ୍କ କଳା ସଂସ୍କୃତି ଏବଂ ମାନବ ସମ୍ବଳ ବିକାଶ , ଧ୍ରବୁଚରଣ ସାହୁ ପରିବେଶ, ପ୍ରଣବ କୁମାର ବଳବନ୍ତରାୟଙ୍କୁ ଯୁବ ବ୍ୟାପାର , ଡକ୍ଟର ରାସେଶ୍ୱରୀ ପାଣିଗ୍ରାହୀଙ୍କ ଆଞ୍ଚଳିକ ବିକାଶ, ରାଜୀବଲୋଚନ ପାତ୍ରଙ୍କୁ ସାମାଜିକ ବିକାଶ, ସୁଧିର କୁମାର ସାମଲଙ୍କୁ ଓଡିଶା : ମୋ ପରିବାର , ଡକ୍ଟର ସସ୍ମିତ ପାତ୍ର ଓଡିଶା : ମୋ ପରିବାର, ବିକ୍ରମ ପଣ୍ଡାଙ୍କୁ ଓଡିଶା : ମୋ ପରିବାର, ଯୋଗେଶ ସିଂହଙ୍କୁ ଜନଜାତି ସଶକ୍ତିକରଣ ଏବଂ ସଂଖ୍ୟାଲଘୁ ବ୍ୟାପାର, ଶ୍ରୀମତୀ ବାସନ୍ତୀ ହେମ୍ରମ୍‌ଙ୍କୁ ଜନଜାତି ସଶକ୍ତିକରଣ ଏବଂ ସଂଖ୍ୟାଲଘୁ ବ୍ୟାପାର , ବିଜୟ କୁମାର ନାୟକଙ୍କୁ ଆଞ୍ଚଳିକ ବିକାଶ, ଲୋପାମୁଦ୍ରା ବକ୍ସିପାତ୍ରଙ୍କୁ ମହିଳା ସଶକ୍ତିକରଣ ଦାୟିତ୍ୱ ବଣ୍ଟନ କରାଯାଇଛି ।


Share It

Comments are closed.