କୁକୁର ରଖିଥିବା ମାଲିକ ସାବଧାନ ହୋଇଯାଅ, ନଚେତ ହୋଇପାରେ ଆପଣଙ୍କ ଏହି ଅବସ୍ଥା


ଅନେକଙ୍କୁ ଘରେ ପଶୁ ପକ୍ଷୀ ରଖିବାକୁ ବହୁତ ପସନ୍ଦ ଲାଗୁଥିବାବେଳେ କେତେକ ସଉକ ପାଇଁ ମଧ୍ୟ ଘରେ ପଶୁପକ୍ଷୀ ରଖଥାନ୍ତି । ତେବେ ଯଦି ଆପଣ ଘରେ ପଶୁ-ପକ୍ଷୀ ପାଳିଛନ୍ତି ତେବେ ନିଶ୍ଚୟ ସେମାନଙ୍କ ପ୍ରତି ସାବଧାନତା ଅବଲମ୍ବନ କରନ୍ତୁ । ଅନେକ କ୍ଷେତ୍ରରେ ଏପରି ମଧ୍ୟ ଦେଖାଯାଏ ଯେ, ଲୋକମାନେ ତାଙ୍କ ଘରେ ପାଳିଥିବା କୁକୁରକୁ ନିଜର ପିଲା ଭଳି ପାଳନ ପୋଷଣ କରିଥାନ୍ତି । ଏହା ସହ ମାଲିକମାନେ ନିଜର ପୋଷ୍ୟ କୁୁକୁର ସହ ଖାଦ୍ୟପେୟ କିରବା ସହ ଶୋଇଥାନ୍ତି ମଧ୍ୟ । କେତେକ କ୍ଷେତ୍ରରେ ମାଲିକ ଏବଂ କୁକୁର ମଧ୍ୟରେ ସଂପର୍କ ଏତେ ନିବିଡ ହୋଇଯାଇଥାଏ ମାଲିକମାନଙ୍କୁ ଏଥି ପାଇଁ ବହୁମୂଲ୍ୟ ଦେବାକୁ ପଡିଥାଏ ।
ତେବେ ଆସନ୍ତୁ ନଜର ପକାଇବା ଏହି ସଂପର୍କିତ ଏକ ଖବର ଉପରେ, ଯିଏକି ପାଳିତ କୁକୁର ପାଇଁ ନିଜ ଗୋଡ ହରାଇଛନ୍ତି ।

ଉଇକୋନସିନରେ ରହୁଥିବା ୪୮ ବର୍ଷିୟ ଗ୍ରୋଗା ମୋଣ୍ଟେଉଫୁଲଙ୍କୁ ଏକଦା ତାଙ୍କ କୁକୁର ଥରେ ଚାଟି ପକାଇଥିଲା । ଯେଉଁଥିପାଇଁ ତାଙ୍କୁ ବହୁମୂଲ୍ୟ ଦେବାକୁ ପଡୁଛି । କୁକୁର ଚାଟି ଦେବା ହେତୁ ତାଙ୍କ ରକ୍ତରେ ଭୟଙ୍କର ବ୍ୟାକ୍ଟେରିଆ ଯାତ ହୋଇଥିଲା । ଏହା ଏତେ ପରିମାଣରେ ବଢିଯାଇଥିଲା ଶରୀରରେ ଉଚ୍ଚ ରକ୍ତଚାପ ଦେଖିବାକୁ ମିଳିଥିଲା । ଯାହାର ସିଧା ପ୍ରଭାବ ଗ୍ରୋଗାଙ୍କ ଶରୀର ଉପରେ ପଡିଥିଲା । ଗ୍ରୋଗାଙ୍କର ଏହି ଉଚ୍ଚ ରକ୍ତଚାପ ଯୋଗୁଁ ତାଙ୍କ ଶରୀର ହାତ ଗୋଡ ଆକାମି ହୋଇଯାଇଥିଲା ।
ଯେଉଁଥିପାଇଁ ଡାକ୍ତର ଗ୍ରୋଗାଙ୍କ ଗୋଡ କାଟିବାକୁ ବାଧ୍ୟ ହୋଇଥିଲେ। ଯଦି ଏପରି କରାନଯାଇଥାନ୍ତି ତେବେ ବ୍ୟାକ୍ଟେରିଆ ସମ୍ପୂର୍ଣ୍ଣ ଶରୀରକୁ ବ୍ୟାପି ଯାଇଥାନ୍ତା । ଗ୍ରୋଗାଙ୍କ ପତ୍ନୀଙ୍କ କହିବା ମୁତାବକ ସ୍ୱାମୀ କୁକୁରଙ୍କ ବହୁତ ଭଲ ପାଆନ୍ତି । ସେ ଅଧିକାଂଶ ସମୟ କୁକୁରଙ୍କ ସହ ବିତାଇଥାନ୍ତି । ଫଳରେ କୁକୁର ଚାଟିବା ହେତୁ ତାଙ୍କ ରକ୍ତରେ ଇନଫେକ୍ସନ ହୋଇଗଲା ।


Share It

Comments are closed.