ହାତୀର ମଳରୁ ପ୍ରସ୍ତୁତ ହୋଇଥାଏ ଦୁନିଆର ସବୁଠାରୁ ଦାମିକିଆ କଫି


ଚା ଏବଂ କଫି ପିଇବାକୁ ତ ସମସ୍ତଙ୍କୁ ଭଲ ଲାଗେ । ସକାଳ ହେଉ କିମ୍ବା ସନ୍ଧ୍ୟା ଜଣେ ବ୍ୟକ୍ତି ଚା କିମ୍ବା କଫି ନପିଲେ ତାକୁ ଦିନଟା ସମ୍ପୂର୍ଣ୍ଣ ବେକାର ବେକାର ଲାଗିଥାଏ । ଛୋଟ ଚା ଦୋକାନ ଠାରୁ ଆରମ୍ଭ କରି ବଡ ବଡ ପଞ୍ଚ ତାରକା ହୋଟେଲ ମାନଙ୍କରେ ଚା ପିଇବା ପାଇଁ ଲୋକଙ୍କ ଆସର ଜମିଥାଏ । ଚା ଏକ ଗଛର ପତ୍ର ହୋଇଥିବା ବେଳେ କଫି ଏକ ଗଛର ମଞ୍ଜି ବୋଲି ତ ସମସ୍ତେ ଜାଣିଥିବେ ।
ଆପଣମାନେ ତ ଜାଣିଥିବେ ଆସାମ ଚା ବିକ୍ରିରେ ବିଶ୍ୱ ରେକର୍ଡ କରିଛି । ଯେଉଁଠାରେ ୧ କିଲୋ ଚା’ର ମୂଲ୍ୟ ଟ ୩୯୦୦୧ରେ ନିଲାମ ହୋଇଥିଲା । ଯାହାକି ବର୍ତ୍ତମାନ ପର୍ଯ୍ୟନ୍ତ ବିକ୍ରି ହୋଇଥିବା ସବୁଠାରୁ ମହଙ୍ଗା ଚା ଅଟେ । କେବଳ ଚା ନୁହେଁ ଆପଣେ କଫିର ମୂଲ୍ୟ ବି ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଆମେ ଯେଉଁ କଫି କଥା କହୁଛୁ ତାହା କୌଣସି ସାଧାରଣ କଫି ନୁହେଁ । ଆଜ୍ଞା ହିଁ ଏହା ବଡ ବଡ ପଞ୍ଚ ତାରକା ହୋଟେଲ ଏବଂ ଧନୀକ ଶ୍ରେଣୀର ଲୋକେ ପିଉୁଥିବା ‘ବ୍ଲାକ ଆଇଭରି ବ୍ଲେଡ କଫି ,  ଯାହାରକି ୧ କିଲୋର ମୂଲ୍ୟ ହେଉଛି ୨ ଲକ୍ଷ ଟଙ୍କା । ଯଦି ଆମେ କହିବା ଏହି ଦାମିକିଆ କଫି ଏକ ଜୀବର ମଳରୁ ପ୍ରସ୍ତୁତ ହେଉଛି, ତେବେ ଆପଣଙ୍କୁ କେମିତି ଲାଗିବ ।

ତେବେ ଆସନ୍ତୁ ଜାଣିବ ଏହାକୁ କିପରି ପ୍ରସ୍ୁତ କରାଯାଉଛି

ସର୍ବପ୍ରଥମେ ହାତୀକୁ କଫିର କଞ୍ଚାଫଳ ଖାଇବାକୁ ଦିଆଯାଇଥାଏ । ହାତୀ ପେଟରେ ଏହା ହଜମ ହେବା ପରେ ମଳ ଆକାରରେ ଏହା ବାହାରକୁ ବାହାରି ଆସିଥାଏ । ପରେ ହାତୀର ଏହି ମଳକୁ ଏକାଠି କରି କଫିର ମଞ୍ଜି ଖୋଜାଯାଇଥାଏ । ଗୋଟେ ହାତୀକୁ ପାଖାପାଖି ୩୩ କିଲୋ କଫିର କଞ୍ଚା ମଞ୍ଜି ଖାଇବାକୁ ଦିଆଯାଇଥାଏ । ଏହା ପରେ ମଳରୁ ବାହାରି ଥିବା କଞ୍ଚା ମଞ୍ଜିକୁ ଖରାରେ ଶୁଖାଯାଇଥାଏ । ଏହା ପରେ ମଞ୍ଜିକୁ ପେସା ଯାଉ କଫି ପ୍ରସ୍ୁତ କରାଯାଇଥାଏ । ହାତୀ ମଳରୁ ମଞ୍ଜି ବାହାର କରିବା ହାତୀ ପ୍ରଶିକ୍ଷିତ ଟ୍ରେନର କରିଥାନ୍ତି । ଏହି ଦାମିକିଆ କଫି ପାଇଁ ଥାଇଲ୍ୟାଣ୍ଡ ବହୁତ ପ୍ରସିଦ୍ଧ ଅଟେ ।


Share It

Comments are closed.