ଆରଏଲଏସପିକୁ ମହାଗଠବନ୍ଧରେ ସାମିଲ ହେବା ପାଇଁ ନିମନ୍ତ୍ରଣ ଦେଲେ ତେଜସ୍ୱୀ


ବିହାରରେ ଏନଡିଏ ମଧ୍ୟରେ କିଛି ଠିକ ଠାକ ଚାଲି ନାହିଁ । ଏନଡିଏ ପକ୍ଷରୁ ବିଜେପି ନେତା ସୁସିଲ ମୋଦିଙ୍କ ଦ୍ୱାରା ପ୍ରସ୍ତୁତ କରା ଯାଇଥିବା ଇଫତାର ପାର୍ଟିର ଏକ ଭୋଜିରେ ଆରଏଲଏସପିର ଅଧ୍ୟକ୍ଷ ଉପେନ୍ଧ୍ର ଖୁସହ୍ୱା ସାମିଲ ହୋଇ ନାହିନ୍ତି । ବିହାରରେ ଘଟିଥିବା ଏହି ଘଟଣା ରାଜ୍ୟ ରାଜନୀତିକୁ ସରଗରମ କରିଦେଇଛି । ଏଥିରୁ ସ୍ପଷ୍ଟ ରୂପେ ବାରି ହେଉଛି ଏନଡିଏ ମେଣ୍ଟରେ ଆରଏଲଏସପିକୁ କୋଣଠେସା କରାଯାଉଛି । ଏହାକୁ ଆଖିରେ ରଖି ଆରଜେଡି ନେତା ତେଜସ୍ୱୀ ଯାଦବ ଆରଏଲଏସପିକୁ ମହାଗଠବନ୍ଧନରେ ସାମିଲ ହେବାକୁ ନିମନ୍ତ୍ରଣ ପଠାଇଛନ୍ତି ।
ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଆରଏଲଏସପି ତରଫରୁ ସୁସିଲ ମୋଦିଙ୍କ ଇଫତାର ପାର୍ଟିରେ ସୁଧାଶୁଂ ଶେଖର ସାମିଲ ହୋଇଥିବା ବେଳେ ପାର୍ଟିର ନେତାଙ୍କ କହିବା ମୁତାବକ ଏହି ଉଫତିଆର ପାର୍ଟିରେ ସାମିଲ ହେବା ପାଇଁ ଖୁସହ୍ୱାଙ୍କୁ ନିମନ୍ତ୍ରଣ କରାଯାଇ ନଥିଲା ।
ଏହାକୁ ଆଖିରେ ରଖି ତେଜସ୍ୱୀ କହିଛନ୍ତି ଯେ, ବର୍ତ୍ତମାନ ଏନଡିଏରେ ଖୁସହ୍ୱାଙ୍କ ଅଲୋଡା ହୋଇଯାଇଛନ୍ତି । ଏନଡିଏ ମଧ୍ୟରେ ତାଙ୍କର କୌଣସି ଘଟଣାକୁ ମନାନ୍ତର ହୋଇଛି ।
୨୦୧୯ ଲୋକସଭା ନିର୍ବାଚନରେ ଆସନ ବଣ୍ଟନ ପାଇଁ ଏନଡିଏ ମଧ୍ୟରେ ମତଭେଦ ଚାଲିଥିବା ରାହୁଲ ଗାନ୍ଧୀ ଏବଂ ମହାଗଠବନ୍ଧର ପ୍ରମୁଖ ସହଯୋଗୀ ତେଜସ୍ୱ ଯାଦବଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ବିହାର ରାଜନିତିରେ ଏକ ବଡ ପରିବର୍ତ୍ତନର ଖୁରାକ ଯୋଗାଉଛି । ଦୁହେଁ ନେତାଙ୍କ ମଧ୍ୟରେ ଆସନ ବଣ୍ଟନକୁ ନେଇକି ଚର୍ଚ୍ଚା ହୋଇଥିଲା । ବିଜେପିକୁ ହରାଇବା ପାଇଁ ଦୁହେଁ ନେତା ପ୍ରସ୍ତୁତ ହୋଇଥିବା ବେଳେ ମହାଗଠବନ୍ଧରେ ସାମିଲ ହେବା ପାଇଁ ସମସ୍ତ ନେତାଙ୍କ ଦ୍ୱାରା ଖୋଲା ରହିଛି ବୋଲି କହିଛନ୍ତି ।
ବିଜେପିକୁ ଦୃଢ ଭାବରେ ଏକାକୀ ବିରୋଧ କରୁଥିବା ଦଳକୁ ମଧ୍ୟ ସମର୍ଥନ ଦେବାରେ ସେମାନେ ରାଜି ଅଛନ୍ତି ।


Share It

Comments are closed.