ସମ୍ପୂର୍ଣ୍ଣ ନିଶାନିବାରଣ ପାଇଁ ବିହାର ସରକାର ଶକ୍ତ, ଖଇନି ହେବ ନିଷେଧ


ବିହାରରେ ଦୁଇରୁ ଉଦ୍ଦ୍ୱର୍ ହେବ ମଦ୍ୟପାନ ଏବଂ ଏହାର ବିକ୍ରି ଉପରେ ନିଷେଧାଦେଶ ଲଗାଯାଇଥିବା ବେଳେ ବର୍ତ୍ତମାନ ସରକାରଙ୍କ ପକ୍ଷରୁ ରାଜ୍ୟକୁ ଖଇନି ମୁକ୍ତ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି ।
ମିଳିଥିବା ସଚୂନା ମୁତାବକ ବିହାର ସରକାର ଖଇନିକୁ ଫୁଡ ସେଫଟି ଏବଂ ଷ୍ଟାଣ୍ଡାର୍ଡ ଅଥରିଟି ଅଫ ଇଣ୍ଡିଆରେ ଦ୍ୱାରା ଅନ୍ତର୍ଭୁକ୍ତ କରିବା ପାଇଁ କେନ୍ଦ୍ରକୁ ଏକ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି । ଏହା (ଏଫଏଏସଏସଆଇ) ପକ୍ଷରୁ ଖାଦ୍ୟ ପଦାର୍ଥ ବୋଲି ରୂପେ ଦର୍ଶା ଯିବା ପରେ ସରକାର ପାଖରେ ଏହାକୁ ସମୂର୍ଣ୍ଣ ରୂପେ ନିଷେଧ କରିବା କ୍ଷମତା ରହିଛି ବୋଲି କୁହାଯାଇଛି ।
ଆଇନ ଅନୁଯାୟୀ ତମ୍ବାଖୁ ଏବଂ ନିକୋଟିନ ସମ୍ବନ୍ଧିୟ କୌଣସି ଖାଦ୍ୟ ପଦାର୍ଥକୁ ରାଜ୍ୟରେ ବିକ୍ରି କରିବାର ଅନୁମତି ପ୍ରଦାନ କରାଯିବ ନାହିଁ । ବିହାରରେ ଗୁôôଟଖା, ପାନ ମସଲା ଭଳି ଖାଦ୍ୟ ପଦାର୍ଥର ବିକ୍ରି ସହ ସଂଗ୍ରହକୁ ପୂର୍ବରୁ ନିଷେଧ କରାଇ ଦିଆଯାଇଛି ।
ତଥ୍ୟ ମୁତାବକ ବିହାରରେ ଉଭୟ ପୁରୁଷ ଏବଂ ମହିଳା ତମ୍ବାଖୁ ବ୍ୟବହାରକାରୀଙ୍କ ସଂଖ୍ୟାରେ ହ୍ରାସ ଘଟିଛି । ଏହା ୫୩% ରୁ ହ୍ରାସ ପାଇ ୨୫%ରେ ଆସିି ପହଞ୍ଚିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଗୁଟଖା ଏବଂ ଖଇନି କ୍ୟାନସର, ଫୁସଫୁସ ଏବଂ କାର୍ଡିଓଭାସକୁଲାର ଭଳି ରାଗର ମୁଖ୍ୟ ବାହକ ଅଟେ ।

ନଶା ନିବାରଣ ଆଇନରେ ସଂଶୋଧନ ଯୋଜନା

ବିହାର ସରକାର ଇତି ମଧ୍ୟରେ ଏକ ମହତ୍ୱପୂର୍ଣ୍ଣ ଘୋଷଣା କରି ଏହି ଆଇନରେ ଥିବା ତୃଟିକୁ ସୁଧାରିବା ପାଇଁ ମନବଳାଇଛନ୍ତି । ସରକାର ମୁଖତଃ ସରକାରୀ କର୍ମଚାରୀ ମାନେ ଏହି ଆଇନର ଫାଇଦା ନେଉଥିବା ଅଭିଯୋଗକୁ ଗୁରୁତ୍ୱର ସହ ଧ୍ୟାନ ଦେଉଛନ୍ତି । ଏହା ସହ ମଦ ବନ୍ଦ ହେବା ଦ୍ୱାରା ଜୀବିକା ହରାଇଥିବା ବ୍ୟବସାୟୀ ମାନଙ୍କର ଅନ୍ୟ ଜୀବିକା ଧାରଣରେ ସହେଯାଗ ମଧ୍ୟ କରୁଛନ୍ତି ।

ଏବେ ପର୍ଯ୍ୟନ୍ତ ଦେଢ ଲକ୍ଷରୁ ଉଦ୍ଦ୍ୱର୍ ଅବମାନନାକାରୀଙ୍କୁ ଗିରଫ

ତଥ୍ୟ ମୁତାବକ ନିଶାନିବାରଣ ଆଇନ ଅନୁଯାୟୀ ଏପ୍ରେଲ ୨୦୧୬ରୁ ପାଖାପାଖି ୧୫,୦୦,୦୦୦ ଅବମାନନାକାରୀ ଏହି ଆଇନକୁ ଅବମାନନା ଯୋଗୁଁ ଗିରଫ ହୋଇଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୮୦୦୦ ଅବମାନନାକାରୀ ବନ୍ଦୀ ରୂପେ ଜେଲରେ ଅଛନ୍ତି ।
ପୋଲିସ ଏବଂ ଅବକାରୀ ବିିଭାଗ ପକ୍ଷରୁ ମିଳିଥିବା ଔପଚାରୀକ ତଥ୍ୟ ଅନୁଯାୟୀ ୭,୬୨,୪୧୬ ଟି ଚଢାଉ ହୋଇଥିବା ବେଳେ ସେଥି ମଧ୍ୟରୁ ମ।।ତ୍ର ୧,୧୭,୨୮୩ ଘଟଣାମାନକୁ ଚାର୍ଜସିଟି କରାଯାଇଛି । ସମୁଦାୟ ୨୦.୪୭ ଲିଟରର ଭାରତରେ ପ୍ରସ୍ତୁତ ବିଦେଶୀ ମଦ ରହିଥିବା ବେଳେ ୯.୨୫ର ଦେଶୀ ମଦ ଜବତ କରାଯାଇଛି ।

ନିତିଶ କୁମାର କାହିଁକି ମଦ ବିରୋଧି

ବିହାରରେ ମଦ ଉପରେ ନିଷେଧାଦେଶ ପରେ ରାଜ୍ୟର ମହିଳା ନିତିଶ ସରକାର ଏହି ପଦକ୍ଷେପକୁ ସ୍ୱାଗତ କରିବା ସହ ତାଙ୍କ ମନରେ ଖୁସିର ଲହରି ଖେଳିଯାଇଥିଲା । ଆଞ୍ଚଳିକ ନିର୍ବାଚନରେ କୋଟା ପରେ, ସ୍କୁଲ ପଢୁଥିବା ଛାତ୍ରୀଙ୍କ ପାଇଁ ସାଇକେଲ, ଏବଂ ନିର୍ବାଚନରେ ମହିଳାମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ କରି ତାଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିଛନ୍ତି ।
ନିର୍ବାଚନ କମିଶନ ପକ୍ଷରୁ ମିଳିଥିବା ତଥ୍ୟକୁ ବିଶ୍ଳେଷଣ କଲେ ଜଣାପଡୁଛି ଯେ, ଫେବୃଆରୀ ୨୦୦୦ ରୁ ଫେବୃଆରୀ ୨୦୦୫ ଏବଂ ଅକ୍ଟୋବର ୨୦୦୫ ମଧ୍ୟରେ ମହିଳାଙ୍କ ମତଦାନ ପୁରୁଷଙ୍କ ଠାରୁ କମ୍ ରହିଥିବାବଳେ ବର୍ତ୍ତମାନ ଏହି ବ୍ୟବଧାନ ୧୭.୪୩%ରୁ ମାତ୍ର୨.୫୩%କୁ ହ୍ରାସ ପାଇଛି । ସେହିଭଳି ଅକ୍ଟୋବରରୁ ନଭେମ୍ବର ୨୦୧୦ ମଧ୍ୟରେ ହୋଇଥିବା ନିର୍ବାଚନରେ ମହିଳା ଭୋଟରଙ୍କ ସଂଖ୍ୟା ପୁରୁଷ ଭୋଟରଙ୍କ ଠାରୁ ବଢିଥିବାବେଳେ ଏହାର ବ୍ୟବଧାନ ୫୪.୪୯%(ମହିଳା)ରୁ ୫୧.୧୨%(ପୁରୁଷ) ରହିଛି । ସେହିଭଳି ଅକ୍ଟୋବରରୁ ନଭେମ୍ବର ୨୦୧୫ ମଧ୍ୟରେ ମହିଳାଙ୍କ ଭୋଟ ପ୍ରତିଶତ ପୁରୁଷଙ୍କ ଠାରୁ ୭.୧୬% ବଢିଥିବା ବେଳେ ଏହାର ବ୍ୟବଧାନ ୬୦.୪୮%ରୁ ୫୩.୩୨% ମଧ୍ୟରେ ରହିଛି । ବୁଦ୍ଧିଜୀବୀମାନଙ୍କ କହିବା କଥା ମହିଳାମାନଙ୍କ ନିଶାନିବାରଣ ପ୍ରତି ଆଗ୍ରହତା ଏବଂ ସେମାନଙ୍କ ଭୋଟକୁ ଦୃଷ୍ଟିରେ ରଖି ନିତିଶ ସରକାର ଏହି ଭଳି କଠୋର ନୀତି ପ୍ରଚଳନ କରି ଥାଇପାରନ୍ତି ।


Share It

Comments are closed.