ଆଜି ସୁଶାନ୍ତଙ୍କ ଏକ୍ସ ବିଜନେସ ମ୍ୟାନେଜରଙ୍କୁ ପଚରାଉଚରା କରିବ ଇଡି


ସୁଶାନ୍ତ ସିଂହ ରାଜପୁତ ମାମଲାରେ ଇଡି ଏବଂ ସିବିଆଇ ତଦନ୍ତ ଚାଲିଛି। ସୋମବାର ଇଡି ରିୟା ସମେତ ତାଙ୍କ ଭାଇ ଏବଂ ବାପାଙ୍କୁ ୧୦ଘଣ୍ଟା ଯାଏଁ ପଚରାଉୁଚୁରା କରିଥିଲା। ଆଜି ଏହି ମାମଲାରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବ। ସୁପ୍ରିମ କୋର୍ଟ ରିୟା ଚକ୍ରବର୍ତ୍ତୀଙ୍କ ଆବେଦନ ଉପରେ ନିଷ୍ପତ୍ତି ନେବ। ଏହା ଦ୍ୱାରା କ୍ଲିୟର ହୋଇଯିବ ଯେ ସୁଶାନ୍ତ ମାମଲାର ଯାଞ୍ଚ ସିବିଆଇ କରିବ ନା ମୁମ୍ବାଇ ପୋଲିସ୍। ଏହା ବ୍ୟତୀତ ସୁପ୍ରିମ କୋର୍ଟ ବିହାର,ମହାରାଷ୍ଟ୍ର,କେନ୍ଦ୍ର ସରକାର ଏବଂ ସୁଶାନ୍ତ ସିଂହ ରାଜପୁତଙ୍କ ବାପାଙ୍କ ଦାଖଲ ଜବାବ ଉପରେ ନିଷ୍ପତ୍ତି ଶୁଣାଇବ।

ସୁଶାନ୍ତ ସିଂହ ମାମଲାରେ ଆଜି ବଡ଼ ଶୁଣାଣି ହେବ। ଏହାକୁ ଦୃଷ୍ଟିରେ ରଖି ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂହ କୀର୍ତ୍ତି ଟ୍ୱିଟ କରିଛନ୍ତି। ସେ ଲେଖିଛନ୍ତି ଯେ- ସେ ସମସ୍ତଙ୍କୁଚ ଅପିଲ କରୁଛନ୍ତି ଯେ ସେ ସୁପ୍ରିମ କୋର୍ଟଙ୍କ ଶୁଣାଣିରେ ପଜିଟିଭ ଫଳାଫଳ ସାମନାକୁ ଆସିବାକୁ ପ୍ରାର୍ଥନା କରନ୍ତୁ।

ସୁଶାନ୍ତ ସିଂହ ରାଜପୁତଙ୍କ ଏକ୍ସ ବିଜନେସ୍ ମ୍ୟାନେଜର ଶୃତି ମୋଦି ତୃତୀୟ ଥର ଇଡି ସାମନାରେ ହାଜର ହୋଇଛନ୍ତି। ଶୃତି ମୋଦିଙ୍କୁ ଇଡିର ଅଧିକାରୀମାନେ କିଛି ଜରୁରୀ ଡକ୍ୟୁପମେଣ୍ଟସ୍ ଜମା କରିବା ପାଇଁ ଡାକିଛନ୍ତି। ସୋମବାର ମଧ୍ୟ ଇଡି ଶୃତି ମୋଦିଙ୍କୁ ଘଣ୍ଟା ଘଣ୍ଟା ଧରି ପଚରାଉଚୁରା କରିଥିଲେ। ସୁଶାନ୍ତ ସିଂହ ମାମଲାରେ ରିୟା ଏବଂ ପରିବାରକୁ ପଚରାଉଚୁରା କରିବା ପରେ ଏବେ ଇଡି ସୁଶାନ୍ତଙ୍କ ଭଉଣୀକୁ ପଚରାଉଚୁରା କରିବ। ସୁଶାନ୍ତଙ୍କ ଭଉଣୀ ମିତୁ ସିଂହ ଆଜି ଇଡି ସାମନାରେ ନିଜ ବୟାନ ରୁଜୁ କରି​ବେ।


Share It

Comments are closed.