ସୁଶାନ୍ତଙ୍କ ଭାଇଙ୍କୁ ହୃଦଘାତ, ହସ୍ପିଟାଲରେ ଭର୍ତ୍ତି


ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସମ୍ପର୍କୀୟ ଭାଇ ନିରଜ ସିଂହଙ୍କୁ ହାର୍ଟ ଆଟାକ ଆସିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ମଧ୍ୟ ଟ୍ୱିଟ କରାଯାଇଛି। ନିରଜ ସିଂ ବିହାରର ସୁପୌଲ ଜିଲ୍ଲାର ଛାତାପୁରରୁ ଜଣେ ବିଜେପି ବିଧାୟକ। ନିରଜ ସିଂ ବବଲୁ ନାମରେ ଜଣାଶୁଣା। ହୃଦଘାତ ପରେ ତାଙ୍କୁ ପାଟଣାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ଅବସ୍ଥା ଭଲ ଅଛି ଏବଂ ତାଙ୍କର ଚିକିତ୍ସା ମଧ୍ୟ ଜାରି ରହିଛି। ସୂଚନାଯୋଗ୍ୟ ଯେ, ସନ୍ଧ୍ୟାରେ ଛାତାପୁର ବିଧାନସଭାର ମାଧୋପୁର ପଞ୍ଚାୟତରେ ଜନସମ୍ପର୍କ କରୁଥିବାବେଳେ ହଠାତ୍ ଛାତିରେ ଯନ୍ତ୍ରଣା ହୋଇଥିଲା। କିଛି ସମୟ ପରେ ତାଙ୍କୁ ବିଳମ୍ବିତ ରାତିରେ ପାଟନାକୁ ଅଣାଯାଇଥିଲା। ତୁରନ୍ତ ଚିକିତ୍ସା କରାଯାଇଥିଲା। ନିରଜ ସିଂ ବର୍ତ୍ତମାନ ପାଟନାରେ ଭର୍ତ୍ତି ହୋଇଛନ୍ତି। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ସେ ତାଙ୍କ ପିତାଙ୍କ ସହ ମୁମ୍ବାଇ ଯାଇଥିଲେ ଏବଂ ସିବିଆଇ ଦ୍ୱାରା ଏହି ମାମଲାର ତଦନ୍ତ କରିବାକୁ ସେ ବାରମ୍ବାର ମୁଖ୍ୟମନ୍ତ୍ରୀ ନୀତୀଶଙ୍କୁ କହିଥିଲେ। ବିହାର ବିଧାନସଭା ନିର୍ବାଚନ ପାଇଁ ବିଜେପି ପୁଣି ଥରେ ନିରଜ ସିଂ ବବଲୁଙ୍କୁ ଛାତାପୁର ବିଧାନସଭା ପାଇଁ ପୁଣି ଥରେ ମନୋନୀତ କରିଛି। ସେ ନିଜ ନିର୍ବାଚନମଣ୍ଡଳୀରେ ଜୋରରେ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। ବିହାରରେ ତିନିଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ ଅକ୍ଟୋବର ୨୮ ରେ ୭୧ ଟି ଆସନରେ, ଦ୍ୱିତୀୟ ପର୍ଯ୍ୟାୟରେ ନଭେମ୍ବର ୩ ରେ ୯୪ ଟି ଆସନ ଏବଂ ତୃତୀୟ ପର୍ଯ୍ୟାୟରେ ନଭେମ୍ବର ୭ ରେ ୭୮ ଟି ଆସନରେ ଭୋଟ୍ ଗ୍ରହଣ କରାଯିବ। ଭୋଟ୍ ଗଣନା ନଭେମ୍ବର ୧୦ ରେ ହେବ ଏବଂ ସେହି ଦିନ ଫଳାଫଳ ଘୋଷଣା କରାଯିବ । ସୁଶାନ୍ତ ସିଂ ରାଜପୁତଙ୍କ ଭାଉଜ ଅର୍ଥାତ୍ ବିଧାୟକ ନିରଜ ସିଂ ବବଲୁଙ୍କ ପତ୍ନୀ ନୂତନ ସିଂ ମଧ୍ୟ ଜଣେ ଏମ୍‌ଏଲ୍‌ସି। ସେ ସୁଶାନ୍ତ ସିଂ ରାଜପୁତଙ୍କ ପାଇଁ ନ୍ୟାୟ ଦାବିରେ ଏକ ଅଭିଯାନରେ ମଧ୍ୟ ନିୟୋଜିତ ହୋଇଥିଲେ।


Share It

Comments are closed.