ଡାକ୍ତରଙ୍କ ବେତନ ଦେୟକୁ ନେଇ ଶକ୍ତ ସୁପ୍ରିମ କୋର୍ଟ, କହିଲେ-ଯୁଦ୍ଧ ସମୟରେ ଯୋଦ୍ଧାଙ୍କୁ ଅପମାନିତ କରନ୍ତୁ ନାହିଁ


ସୁପ୍ରିମ କୋର୍ଟ ଶୁକ୍ରବାରଦିନ ଭୋକିଡ-୧୯ ବିରୁଦ୍ଧରେ ଲଢ଼େଇରେ ଲାଗିଥିବା ଡାକ୍ତରଙ୍କ ବେତନ ଓ ଆବାସ ବ୍ୟବସ୍ଥାକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରି କହିଛନ୍ତି ଯେ ଯୁଦ୍ଧ ସମୟରେ ସୈନିକଙ୍କୁ ଅବହେଳା କରନ୍ତୁ ନାହିଁ । ଟିକିଏ ଆଗକୁ ବାହାରି ସେମାନଙ୍କ ଅଭିଯୋଗଗୁଡ଼ିକର ସମାଧାନ ପାଇଁ କିଛି ଅତିରିକ୍ତ ଧନର ବନ୍ଦୋବସ୍ତ କରନ୍ତୁ ।
କୋର୍ଟ ନିଜର ଆଦେଶରେ କହିଛି ଯେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ବେତନ ଦିଆନଯିବା ପ୍ରସଙ୍ଗ ଉପରେ ଅଦାଲତକୁ ସାମିଲ ହେବା ଉଚିତ ନୁହେଁ ଏବଂ ସରକାରଙ୍କୁ ଏହି ପ୍ରସଙ୍ଗର ଫଇସଲା କରିବା ଉଚିତ ।
ନ୍ୟାୟମୂର୍ତି ଅଶୋକ ଭୂଷଣ, ନ୍ୟାୟମୂର୍ତି କିଶନ କୌଲ ଏବଂ ନ୍ୟାୟମୂର୍ତି ଏମ ଆର ଶାହଙ୍କ ପୀଠ ଭିଡିଓ କନଫରେନ୍ସି ଜରିଆରେ ଡାକ୍ତରଙ୍କ ସମସ୍ୟାକୁ ନେଇ ପ୍ରଦାନ କରାଯାଇଥିବା ପିଟିସନ ଉପରେ ଶୁଣାଣି ସମୟରେ ଏହି ଟିପ୍ପଣି କରିଛନ୍ତି । ପୀଠ ପକ୍ଷରୁ କୁହାଯାଇଛି ଯେ, ‘ଏହି ପ୍ରକାରର ଅନେକ ଖବର ଆସୁଛି ଯେ କେତେକ କ୍ଷେତ୍ରରେ ଚିକିତ୍ସକମାନଙ୍କୁ ବେତନ ଦିଆଯାଉନାହିଁ । ଦିଲ୍ଲୀରେ କିଛି ଡାକ୍ତରଙ୍କୁ ଗତ ତିନିମାସ ହେବ ବେତନ ଦିଆଯାଇନାହିଁ । ଏହାର ଧ୍ୟାନ ରଖିବା ଦରକାର ଥିଲା ଏବଂ ଏଥିରେ ନ୍ୟାୟାଳୟର ହସ୍ତକ୍ଷେପର ଆବଶ୍ୟକତା ନଥିଲା ।’
ନ୍ୟାୟାଳୟ ଏହା ସମ୍ବନ୍ଧରେ ଜଣେ ଡାକ୍ତରଙ୍କର ପିଟିସନ ଉପରେ ଶୁଣାଣି କରୁଥିଲା । ଏହି ପିଟିସନରେ ଆରୋପ ଲଗାଯାଇଥିଲା ଯେ କୋଭିଡ-୧୯ ବିରୁଦ୍ଧରେ ଲଢ଼େଇ କରୁଥିବା ଆଗଧାଡ଼ିର ଯୋଦ୍ଧାମାନଙ୍କୁ ବେତନ ଦିଆଯାଉନାହିଁ କିମ୍ବା ବେତନ କମାଇ ଦିଆଯାଉଛି ଅଥବା ଦେବାରେ ବିଳମ୍ବ କରାଯାଉଛି । ଏହି ଡାକ୍ତର ୧୪ ଦିନରେ ଅନିବାର୍ଯ୍ୟ କ୍ୱାରେଂଟାଇନ ଅବଧିକୁ ଶେଷ କରିବା ଉପରେ କେନ୍ଦ୍ର ସରକାରଙ୍କ ନୁଆ ଦିଶାନିର୍ଦ୍ଦେଶ ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ ।
କେନ୍ଦ୍ର ତରଫରୁ ସଲିସିଟର ଜେନେରାଲ ତୁଷାର ମେହତା କହିଛନ୍ତି ଯେ ଯଦି ଉତମ ଉପାୟ ମିଳେ ତାହେଲେ ସେଗୁଡ଼ିକୁ ସାମିଲ କରାଯିବ । ପୀଠ ପକ୍ଷରୁ କୁହାଯାଇଛି ଯେ ଆପଣଙ୍କୁ ଆହୁରି ଅଧିକ କରିବାକୁ ହେବ । ଆପଣ ସୁନିଶ୍ଚିତ କରନ୍ତୁ ଯେ ସେମାନଙ୍କ ଚିନ୍ତାଗୁଡ଼ିକର ସମାଧାନ ହେବ । ନ୍ୟାୟାଳୟ ଏହି ମାମଲାକୁ ଆଗାମୀ ସପ୍ତାହ ପାଇଁ ସୂଚୀବଦ୍ଧ କରିଛି ।
କେନ୍ଦ୍ର ୪ ଜୁନରେ ନ୍ୟାୟାଳୟକୁ କହିଥିଲା ଯେ ସଂକ୍ରମିତ ରୋଗୀଙ୍କ ଲଗାତର ବଢ଼ୁଥିବା ସଂଖ୍ୟାକୁ ଦେଖି ନୀକଟ ଭବିଷ୍ୟତରେ ସେମାନଙ୍କ ପାଇଁ ଅଧିକ ସଂଖ୍ୟାରେ ଅସ୍ଥାୟୀ ହସପିଟାଲ ନିର୍ମାଣ କରିବାକୁ ପଡ଼ିବ । କେନ୍ଦ୍ର ଏହା ମଧ୍ୟ ଦଲିଲ ଦେଇଛି ଯେ ଯଦ୍ୟପି ସଂକ୍ରମଣକୁ ଅଟକାଇବା ଏବଂ ନିୟନ୍ତ୍ରଣର ଗତିବିଧିକୁ ଲାଗୁ କରିବାର ଦାୟୀତ୍ୱ ହସପିଟାଲର ଅଟେ କିନ୍ତୁ କୋଭିଡ-୧୯ରୁ ନିଜକୁ ବଂଚାଇବାର ଅନ୍ତିମ ରୂପରେ ଦାୟୀତ୍ୱ ସ୍ୱାସ୍ଥ୍ୟକର୍ମୀଙ୍କର ଅଟେ ।
କେନ୍ଦ୍ର ଏହା ମଧ୍ୟ କହିଥିଲା ଯେ ୭/୧୪ ଦିନର ଡ୍ୟୁଟି ପରେ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ୧୪ ଦିନର କ୍ୱାରେଂଟାଇନ ଅନାବଶ୍ୟକ ଅଟେ ଏବଂ ନ୍ୟାୟୋଚିତ ଅଟେ ।


Share It

Comments are closed.