ବରୁଣଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କୁଲି ନଂ ୧’ର ପୋଷ୍ଟର ରିଲିଜ


ଅପ୍‌କମିଂ ଫିଲ୍ମ ‘କୁଲି ନଂ ୱାନ୍‌’ ମାଧ୍ୟମରେ ପ୍ରଥମ ଥର ପାଇଁ ସ୍କ୍ରିନ୍‌ ସେୟାର କରିବେ ଅଭିନେତା ବରୁଣ ଧୱନ୍‌ ଏବଂ ସାରା ଅଲ୍ଲୀ ଖାନ୍‌ । ମେ ୧ ତାରିଖରେ ଫିଲ୍ମଟି ରିଲିଜ୍‌ ହେବାର ଥିଲା । କିନ୍ତୁ କରୋନା ଭାଇରସ ସଂକ୍ରମଣ ଯୋଗୁ ନିର୍ମାତାମାନେ ରିଲିଜ୍‌କୁ ଘୁଞ୍ଚାଇବାକୁ ବାଧ୍ୟ ହୋଇଛନ୍ତି । ଇତିମଧ୍ୟରେ ବରୁଣ ଧୱନ୍‌ ଦର୍ଶକମାନଙ୍କର ଉତ୍ସାହ ବଜାୟ ରଖିବା ଲାଗି ନିଜର ଇନଷ୍ଟାଗ୍ରାମ ଏକାଉଣ୍ଟରେ ଫିଲ୍ମର ଏକ ନୂଆ ପୋଷ୍ଟର ପୋଷ୍ଟ କରିଛନ୍ତି । କରୋନା ସଂକ୍ରମଣର ଏହି ସମୟକୁ ଦେଖି ସେଥିରେ ବରୁଣଙ୍କୁ ମାସ୍କ ପିନ୍ଧିଥିବାର ଦେଖାଯାଉଛି । ସେ ମୁଣ୍ଡରେ କୁଲିଙ୍କ ଭଳି ଟୋପି ବି ପିନ୍ଧିଛନ୍ତି । ଏହି ନୂଆ ପୋଷ୍ଟରଟି ଏବେ ସୋସାଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଛି । ସୂଚନାଥାଉକି, ଏହା ହେଉଛି ୧୯୯୫ ମସିହାରେ ରିଲିଜ୍‌ ହୋଇଥିବା ହାସ୍ୟରସାତ୍ମକ ଫିଲ୍ମ ‘କୁଲି ନଂ ୱାନ୍‌’ର ରିମେକ୍‌ । ମୂଳ ଫିଲ୍ମରେ ଅଭିନେତା ଗୋବିନ୍ଦା ଏବଂ ଅଭିନେତ୍ରୀ କରିସ୍ମାଙ୍କର ଚମତ୍କାର ଅଭିନୟ ଦେଖିବାକୁ ମିଳିଥିଲା । ବରୁଣ-ସାରାଙ୍କ ଯୁଗଳବନ୍ଦୀ ସେହି କମାଲ୍‌ କରିପାରିବେ କି ନାହିଁ ତାହା ସମୟ କହିବ।


Share It

Comments are closed.